ଘସିପୁରାରେ ଆଗରେ ରହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଘସିପୁରାରେ ଆଗରେ ରହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଚାଲିଛି ଭୋଟ ଗଣତି । ବଢୁଛି ହୃଦସ୍ପନ୍ଦନ । କିଏ ଜିତିବ ଆଉ କିଏ ହାରିବ ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । କିନ୍ତୁ ବର୍ତ୍ତମାନ ଯାହା ଅପଡେଟ ଆସୁଛି ବିଭିନ୍ନ ଆସନରେ ବିଜେପି ଲିଡ କରୁଥିବା ବେଳେ ଘସିପୁରାରେ ଟ୍ରେଣ୍ଡ ସମସ୍ତଙ୍କୁ ଚମକାଇ ଦେଇଛି । ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଲିଡ କରୁଥିବା ସୂଚନା ମିଳୁଛି । ତୃତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ୯ ହଜାର ୮୬ଟି ଭୋଟ ମିଳିଥିବା ସୂଚନା ମିଳୁଛି । ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କୁ ପଛରେ ପକାଇ ୬୮୫ ଭୋଟରେ ଆଗେଇ ଚାଲିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସେହିଭଳି ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କୁ ୮ ହଜାର ୪୦୧ ଭୋଟ ମିଳିଥିବା ସୂଚନା ମିଳିଛି । ତେବେ ନିର୍ବାଚନ ବେଳେ ଘସିପୁରା ଚର୍ଚ୍ଚାରେ ଥିଲା । ହିଂସାର ଖବର ବାରମ୍ବାର ଆସୁଥିଲା । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଘସିପୁରାରେ ଭିନ୍ନ ମାହୋଲ ସୃଷ୍ଟି କରିଛି ।

author

Related Articles

Leave a Reply

Your email address will not be published. Required fields are marked *