ଘାଟିରେ ଓଲଟିଲା ଯାତ୍ରୀବାହି ଅଟୋ l

ଘାଟିରେ ଓଲଟିଲା ଯାତ୍ରୀବାହି ଅଟୋ l

ମୋହନା:ଗଜପତି

ଘାଟିରେ ଓଲଟିଲା ଯାତ୍ରୀବାହି ଅଟୋ l ଫଳରେ ଏହି ଅଟୋରେ ଥିବା 15 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଗୋଛାଗୁଡା ଗାଁ ନିକଟସ୍ଥ ଘାଟିରେ l ଖବର ପାଇ ମୋହନା ପୋଲିସ ଘଟଣା ସ୍ଥଳରେ ପହଂଚି ସମସ୍ତ ଗୁରୁତର ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମୋହନା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି l ଆଜି ପୂର୍ବାହ୍ନ ପ୍ରାୟ 10 ଟାରେ ଏକ ଅଟୋ ଯାତ୍ରୀଙ୍କୁ ନେଇ ଗୋଛାଗୁଡା ରୁ ଲୁହାଗୁଡ଼ି ସାପ୍ତାହିକ ହାଟକୁ ଯାଉଥିଲା l ଏହି ସମୟରେ ଘାଟିରେ ଅଟୋ ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ପ୍ରାୟ 10 ଫୁଟ ତଳକୁ ଓଲଟି ପଡିଛି l ମୋହନା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ 5 ଜଣ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ବୋଲି ମୋହନା ମେଡିକାଲ ଡାକ୍ତର କହିଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *