ଘୁଞ୍ଚିପାରେ ସାଧାରଣ ନିର୍ବାଚନ ତାରିଖ

ଘୁଞ୍ଚିପାରେ ସାଧାରଣ ନିର୍ବାଚନ ତାରିଖ

ଘୁଞ୍ଚିପାରେ ୨୦୨୪ ସାଧାରଣ ନିର୍ବାଚନ ତାରିଖ । ଆସନ୍ତା ୧୪ କିମ୍ବା ୧୫ ତାରିଖରେ ନିର୍ବାଚନ ନେଇ ତାରିଖ ଘୋଷଣା ହେବାର ଥିଲା । କିନ୍ତୁ ନିର୍ବାଚନ କମିଶନରଙ୍କ ଇସ୍ତଫା ପରେ ଏବେ ଦୁଇ ଦୁଇଟି ନିର୍ବାଚନ କମିଶନରଙ୍କ ପଦ ଖାଲି ପଡିଥିବାରୁ ତାରିଖ ଘୋଷଣା ବିଳମ୍ବରେ ହୋଇପାରେ ବୋଲି କୁହାଯାଉଛି । ତେବେ ସୂଚନା ମିଳୁଛି କି, ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ନୂଆ ଇସି ନିଯୁକ୍ତ ହୋଇପାରନ୍ତି । ।ନିର୍ବାଚନ କମିଶନ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଦୁଇ ଆସନ ଫାଙ୍କା ପଡିଛି । ଏହି ଦୁଇ ପଦବୀ ପୂରଣ ନେଇ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏହା ପରେ ଚୁଡାନ୍ତ ନିଷ୍ପତି ନିଆଯିବ । ତେବେ ଚର୍ଚ୍ଚା ହେଉଛି ପଂଜାବର କୌଣସି ଆସନରୁ ଗୋଏଲ ସାଂସଦ ଭାବେ ପ୍ରାର୍ଥୀ ହୋଇପାରନ୍ତି । ଖୁବଶୀଘ୍ର ସେ କୌଣସି ଦଳରେ ଯୋଗ ଦେଇପାରନ୍ତି । ସେପଟ ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ ମିନାକ୍ଷୀ ଆରୋରା । କାହିଁକି ନିର୍ବାଚନର କିଛି ସପ୍ତାହ ପୂର୍ବରୁ ନିର୍ବାଚନ କମିଶନ ଇସ୍ତଫା ଦେଲେ ତାହା ସମସ୍ତେ ଜାଣିବା ଆବଶ୍ୟକ ବୋଲି କହିଛନ୍ତି ମିନାକ୍ଷୀ ଆରୋରା ।

author

Related Articles

Leave a Reply

Your email address will not be published. Required fields are marked *