ଘୁଞ୍ଚିଲା ବାଚସ୍ପତି ନିର୍ବାଚନ

ଘୁଞ୍ଚିଲା ବାଚସ୍ପତି ନିର୍ବାଚନ

୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି ନିର୍ବାଚନ ପାଇଁ ଗୋଟିଏ ଦିନ ଘୁଞ୍ଚିଲା । ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ତାରିଖ ସ୍ଥିର କରାଯାଇଥିଲା କିନ୍ତୁ ୨୨ ତାରିଖ ଦିନ ୯.୩୦ ମିନିଟ୍ ସମୟରେ ବାଚସ୍ପତି ନିର୍ବାଚନ ହେବ । କିନ୍ତୁ ଏହି ତାରିଖ ଘୋଷଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ । ନୂଆଁଖାଇ ବାସୀ ଥିବାରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନରେ ସାମିଲ ହେବେନି ବୋଲି ବିରୋଧୀ ଦଳରେ ଥିବା ପଶ୍ଚିମ ଓଡ଼ିଶାର ବିଧାୟକ କହିଥିଲେ । ବିରୋଧୀଙ୍କୁ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ନିର୍ବାଚନ ପାଇଁ ତାରିଖ ପରିବର୍ତ୍ତନ କରିଛନ୍ତି ସରକାର । ଆହୁରି ମଧ୍ୟ ୨୨ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଏହି ନିର୍ବାଚନ ଶେଷ ହେବ । ତେବେ ବାଚସ୍ପତି କିଏ ହେବ ତାହା ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ ହେବା ପରେ ଜଣାପଡିବ ।

author

Related Articles

Leave a Reply

Your email address will not be published. Required fields are marked *