ସୁସ୍ଥ ହେବା ପରେ ଆକ୍ସନମୋଡକୁ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ କମିଟି ଗଠନ କରି ନେତାଙ୍କୁ ବ୍ଲୁ ପ୍ରିଣ୍ଟ ଦେଉଛନ୍ତି ବିରୋଧୀ ଦଳ ନେତା । ପାଖରେ ବସାଇ ଚକ୍ରବ୍ୟୁହ ରଚୁଛନ୍ତି ନବୀନ । ହଁ ଦର୍ଶକବନ୍ଧୁ, ପୁଣି ଥରେ ନିଜ ଫର୍ମକୁ ଫେରିଲାଣି ବିରୋଧୀ ବିଜେଡି । ଦୀର୍ଘ ଦିନ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେତୁ ବିଜେଡି ଟିକେ ଧୀମେଇ ଯାଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ନବୀନ ସୁସ୍ଥ ହୋଇ ଫେରିବା ପରେ ପୁଣି ନେତାଙ୍କୁ ଆକ୍ଟିଭ କରାଇଛନ୍ତି ।
ତେବେ କିଛି ଦିନ ପୂର୍ବରୁ ବିଜେଡି ଛାତ୍ର ସଭାପତି ଏବଂ ବିଜେଡି ଯୁବ ସଭାପତି ପଦରେ ନୂଆ ନେତାଙ୍କୁ ସ୍ଥାନିତ କରିଥିଲେ ନବୀନା ଏହା ସହ ଅନ୍ୟ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଥିଲେ । ଏବେ ସେମାନଙ୍କୁ ନବୀନ ନିବାସ ଡକାଇ ନୂଆ ନୂଆ ମନ୍ତ୍ର ଦେଇଛନ୍ତି ସଭାପତି । ରାଜ୍ୟରେ ଥିବା ମାଳ ମାଳ ପ୍ରସଙ୍ଗ ଉଠାଇ କିପରି ସରକାରକୁ ଘେରିବେ ସେନେଇ ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି ନବୀନ । ଖାସ କରି ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେ ମାହୋଲ ତାତିକି ରହିଥିବା ବେଳେ ଏହାକୁ ଗୁରୁତ୍ୱ ଦେଇ ସରକାରଙ୍କୁ ଅକଳରେ ପକାଇବା ନେଇ ନବୀନ ନିବାସରେ ବଡ ଯୋଜନା ସରିଥିବା କୁହାଯାଉଛି ।
ଅନ୍ୟପଟେ ଆଉ ଦିନ କେଇଟା ପରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଗୃହରେ କିପରି ଶାସକ ଦଳ ପାଟିରେ ତାଲା ପଡିବ ସେନେଇ ମଧ୍ୟ ଜୋରଦାର ପ୍ଲାନିଂ ଚାଲିଛି । ପ୍ରସଙ୍ଗ ରେଡୀ ହୋଇଥିବା ବେଳେ ଗୃହରେ ଏଣ୍ଟ୍ରି ମାରିବାକୁ ଏବଂ ଶାଣିତ ଆକ୍ରମଣ କରିବାକୁ ନେତା ପ୍ରସ୍ତୁତ ରହିଛନ୍ତି । କେବଳ ସମୟକୁ ଅପେକ୍ଷା ରହିଥିବା ନେତା ମତପ୍ରକାଶ କରୁଛନ୍ତି ।
