ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

କୁମାରପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରାସ କରିବ ରାହୁ । ସେଦିନ ପଡିବ ଚନ୍ଦ୍ରଗ୍ରହଣ । ଚନ୍ଦ୍ରଗ୍ରହଣକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା ତେବେ ଏହି ଚନ୍ଦ୍ରଗ୍ରହଣ ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ ହୋଇଛି । ଏହ ଦିନ ପୁରୀକୁ ରାତି ୧ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ରାତି ୨ ଘଣ୍ଟା ୨୪ ମିନିଟ୍ ୨ ସେକେଣ୍ଡରେ ସର୍ବମୋକ୍ଷ ହେଉଛି । ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ଅପରାହ୍ନ ୪ଘଣ୍ଟା ୪ ମିନିଟ ୫୫ ସେକେଣ୍ଡରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ସାରା ରାତି ନୀତିକାନ୍ତି ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । କୁମାର ପୂର୍ଣ୍ଣିମା ପୂର୍ବଦିନ ରାତିରୁ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ । ରାତି ୩ଟାରେ ମଙ୍ଗଳ ଆଳତି , ସାଢେ ୩ଟାରେ ମଇଲମ, ତଡପ ଲାଗି, ୪ଟା ୧୫ରେ ଅବକାଶ ପାରେ ୪ଟାରୁ ସାଢେ ୫ଟା ରାଈଦାମୋଦର ବେଶ ଅନୁଷ୍ଠିତ ହେବ ।

ସକାଳ ୫ଟାରେ ରୋଷହୋମ ପରେ ଅନ୍ୟାନ୍ୟ ନୀତି ବଢିବ । ସାଢେ୬ଟାରୁ ସାଢେ ୭ଟା ସକାଳ ଧୂପ, ୮ଟାରୁ ସାଢେ ୮ଟା ବାଳଧିପ, ୮ଟା ୧୦ରେ ଭୋଗମଣ୍ଡପ ଉଠିବା ସହ ପୂର୍ବାହ୍ନ ୧୦ଟାରେ ଭୋଗମଣ୍ଡପ ଶେଷ ହେବ । ସାଢେ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟାହ୍ନ ଧୂପ । ଅପରାହ୍ନ ୨ଟାରେ ସୁଦର୍ଶନ ଦେବ ଚଉଦୋଳକୁ ବିଜେ ୩ଟାରେ ଚଉଦୋଳ ଉଠିବ । ସନ୍ଧ୍ୟା ୬ଟାରେ ସୁଦର୍ଶନ ଦେବଙ୍କ ବାହୁଡା ବିଜେ ହେବ । ୭ଟାରେ ତଡପ ଉତ୍ତରି ଲାଗି, ରାତି ସାଢେ ଗୋଟାଏରେ ମଇଲମ, ରାତି ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ । ରାତି ସାଢେ ୨ଟାରେ ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ବେଶ ଶେଷ ପରେ ୪ଟାରେ ସନ୍ଧ୍ୟା ଆଳତି ୪ଟା୫୦ରେ ଫଳ ସର୍ମପଣ, ୫ଟାରେ ମାଧବ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିବେ ।

author

Related Articles

Leave a Reply

Your email address will not be published. Required fields are marked *