ଚନ୍ଦ୍ର ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା

ଚନ୍ଦ୍ର ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା

ମହାକାଶ ଗବେଷଣାରେ ଇସ୍ରୋକୁ ଏକ ବଡ଼ ସଫଳତା ମିଳିଛି। ଚନ୍ଦ୍ରୟାନ ୩ରେ ବ୍ୟବହାର ହୋଇଥିବା ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିବାରେ ଇସ୍ରୋ ସଫଳ ହୋଇଛି । ଚନ୍ଦ୍ରଯାନ ୩କୁ ଚନ୍ଦ୍ର କକ୍ଷରେ ପହଞ୍ଚାଇବାରେ ସଫଳ ଭୂମିକା ଗ୍ରହଣ କରିଥିବା ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା । ଏହାକୁ ଫେରାଇ ଆଣିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳ ହୋଇଛି ।


ତେବେ କେବଳ ଚନ୍ଦ୍ର ପୃଷ୍ଠକୁ ପ୍ରେରଣ ନୁହେଁ ଏଥର ଫେରାଇ ଆଣିବାର କ୍ଷମତା ମଧ୍ୟ ରଖୁଛି ଇସ୍ରୋ । ଚନ୍ଦ୍ର ପୃଷ୍ଠରେ ଥିବା ଲ୍ୟାଣ୍ଡର ଓ ରୋଭର ଫ୍ରିଜ୍ ହୋଇନଥିବାରୁ ସେମାନଙ୍କୁ କାର‌୍ୟ୍ୟକ୍ଷମ କରିବାକୁ ଯୋଜନା କରାଯାଉଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁଲାଇ ୧୪ରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନଙ୍କୁ ନେଇ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ସ୍ପେଶକ୍ରାଫ୍ଟ । ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା ।

author

Related Articles

Leave a Reply

Your email address will not be published. Required fields are marked *