ଚମକିଲା ପ୍ରଦୀପଙ୍କ ଭାଗ୍ୟ…

ଚମକିଲା ପ୍ରଦୀପଙ୍କ ଭାଗ୍ୟ…

ରାଜ୍ୟରେ ଶେଷ ହୋଇଯାଇଛି ନିର୍ବାଚନର ମାହୋଲ ।  ବଡ ବଡ ହେଭିୱେଟଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇ ରହିଛି । ଯେଉଁ ସାଧାରଣ ନିର୍ବାଚନକୁ ନେତାଠୁ ଜନତା ଅନାଇ ବସିଥିଲେ ତାହା ଶେଷ ହୋଇଯାଇଛି । ଏବେ କେବଳ ଫଳାଫଳର ଅପେକ୍ଷା । ହଁ ଦର୍ଶକବନ୍ଧୁ ରାଜ୍ୟରେ ସରିଯାଇଛି ମତଦାନ ଆଉ ଏବେ କେବଳ ଜୁନ 4କୁ ଅପେକ୍ଷା ରହିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକଜିଟ ପୋଲର ଆଚମ୍ୱତିତ କଲାଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି । ପରିବର୍ତ୍ତନର ନାରା ଦେଉଥିବା ଭାରତୀୟ ଜନତା ପାର୍ଟି ଅଧିକରୁ ଅଧିକ ଲୋକସଭା ସିଟ ହାତେଇବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକଜିଟ ପୋଲ ଦର୍ଶାଉଛି । ତେବେ ଭାରତୀୟ ଜନତା ପାର୍ଟିରୁ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭାଗ୍ୟରେ କଣ ରହିଛି । ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । ଏହାପରେ ଦଳରୁ ବହିଷ୍କୃତ ହେଲା ପରେ ଭାରତୀୟ ଜନତା ପାର୍ଟିରେ ମିଶି ସାଂସଦ ପ୍ରାର୍ଥୀ ହୋଇଛନ୍ତି । ବ୍ରହ୍ମପୁରରେ ବିଜେଡି ଗଣିତ ବିଗାଡିବା ପାଇଁ ଶପଥ ନେଇଥିବା ପ୍ରଦୀପ ବାବୁଙ୍କ ଭାଗ୍ୟ କଣ ହେବ ତାହା ଉପରେ ସଭିଙ୍କ ନଜର ରହିଛି । ଅନ୍ୟପଟେ ବିଜେଡି ଏଠାରେ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରଦୀପଙ୍କ ଲେଖା ଛିଡାଇବା ପାଇଁ ପଠାଇଥିଲା । ତେବେ ଏକଜିଟ ପୋଲର ଆକଳନ ଅନୁଯାୟୀ ବିଜେପି 15ରୁ 17 ଟି ଲୋକସଭା ସିଟ ଜିତୁଥିବା ବେଳେ ବିଜେଡି ଶିବିରରେ ଛନକା ପଶିଲାଣି । ରାଜ୍ୟରେ ଏଥର କଣ ଭାଙ୍ଗିଯିବ କି ବିଜେଡି ସରକାର ଏବଂ ଚାରିଆଡେ କଣ ପଦ୍ମ ଫୁଟିବ । ତେବେ ପାଣିଗ୍ରାହୀ ବାବୁଙ୍କ ଭାଗ୍ୟ ଚମକିବାକୁ ଯାଉଥିବା ବେଳେ ବିଜେଡି ଗଡ ଭାଙ୍ଗିବାକୁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *