ଚମକିଲା ସନା ମକବୁଲଙ୍କ ଭାଗ୍ୟ

ଚମକିଲା ସନା ମକବୁଲଙ୍କ ଭାଗ୍ୟ

ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ୬ ସପ୍ତାହର ଅପେକ୍ଷା ପରେ ଲୋକପ୍ରିୟ ରିଆଲିଟି ସୋ ବିଗ୍ ବସ୍ ଓଟିଟି-୩ ର ବିଜେତା ଘୋଷଣା ହୋଇଛି । ଏବଂ ଏଥିରେ ବାଜି ମାରି ନେଇଛନ୍ତି ଅଭିନେତ୍ରୀ ସନା ମକବୁଲ୍ । ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ହାତେଇଛନ୍ତି ବିଗ୍ ବସ୍ ଓଟିଟି-୩ ଟ୍ରଫି। ଏଥିସହ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ସେ ନିଜ ନାଁରେ କରିଛନ୍ତି। ଏହି ଶୋ’ରେ ସନା ମକବୁଲଙ୍କ ସମେତ ୟୁଟ୍ୟୁବର ଅରମାନ ମଲିକଙ୍କ ଦ୍ୱିତୀୟ ପତ୍ନୀ କ୍ରିତିକା ମଲିକ, ଅଭିନେତା ରଣବୀର ସୋରି, ସାଇ କେତନ ରାଓ ଓ ରାପର୍ ନେଜି ଶ୍ରେଷ୍ଠ ୫ ପାଇନାଲିଷ୍ଟ ଥିଲେ। ତେବେ ଏମାନ ସମସ୍ତଙ୍କୁ ହରାଇ ବିଗ୍ ବସ୍ ଓଟିଟି-୩ର ଓ୍ୱିନର୍ ହୋଇଛନ୍ତି ସନା ମକବୁଲ। ରାପର୍ ନେଜି ପ୍ରଥମ ଓ ରଣବୀର ସୋରି ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *