ଚମକିଲା ସୂର୍ଯ୍ୟବଂଶୀଙ୍କ ଭାଗ୍ୟ !

ଚମକିଲା ସୂର୍ଯ୍ୟବଂଶୀଙ୍କ ଭାଗ୍ୟ !

ଧାମନଗରର ପୂର୍ବତନ ବିଧାୟକ ତଥା ଏବେକାର ବିଧାୟକ ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ନେଇ ରାଜନୀତିରେ ଚାଲିଛି ଅଙ୍କକଷା । ବିଧାୟକରୁ ସିଧାସଳଖ ମନ୍ତ୍ରୀ ହେବେ ସୂରଜ । ହଁ ଆଜ୍ଞା , ରାଜ୍ୟ ରାଜନୀତିର ଜଣେ ଆଗଧାଡିର ଯୁବ ନେତା ହେଉଛନ୍ତି ବିଜେପି ନେତା ସୂରଜ ସୂର୍ଯ୍ୟବଂଶୀ । ସୂରଜ ୨୦୧୧ ମସିହାରୁ ନିଜ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ରହିଥିବା ବେଳେ ୨୦୨୨ ଉପନିର୍ବାଚନରେ ସେ ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନରେ ଉଭା ହୋଇଥିଲେ । ଆଉ ନିର୍ବାଚନୀ ରଣାଙ୍ଗନୀକୁ ଆସୁ ଆସୁ ସେ ଛକା ମାରିଥିଲେ । ଲୋକଙ୍କ ଆଶା ଭରସା ଜିତି ସେ ନିଜ ବାପାଙ୍କ ପାରମ୍ପିରକ ଆସନ ଧାମନଗରକୁ ନିଜ ଅକ୍ତିଆରକୁ ଆଣିଥିଲେ । ତେବେ ରାଜନୀତିରେ ସୂରଜଙ୍କ ସଙ୍ଗଠନ ବେଶ୍ ମଜବୁତ ଥିବା ବେଳେ ଯୁବ ଭୋଟରମାନେ ସୂରଜଙ୍କୁ ସବୁଥିରେ ସପୋର୍ଟ କରୁଥିବା ଦେଖିବାକୁ ମିଳିଛି । ଆଉ ଏବେ ସୂରଜଙ୍କୁ ସିଧାସଳଖ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ଯୁବ ଭୋଟରମାନେ ଚାହୁଁଥିବା ସୂଚନା ମିଳିଛି । ଏକ ନିର୍ବାଚନ ପୋଲିଂରେ ଭୋଟରମାନେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ସୂର୍ଯ୍ୟବଂଶୀଙ୍କୁ ଦେଖିବାକୁ ଚାହୁଁଥିବା ମତପ୍ରକାଶ କରିଛନ୍ତି । ତେବେ ବିଜେପିର ଚର୍ଚ୍ଚତ ଚେହେରାଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଅପରାଜିତା ଷଡଙ୍ଗୀ, ଏବଂ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ଜନତା ଏମାନଙ୍କ ବଦଳରେ ସୂର୍ଯ୍ୟବଂଶୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଚାହୁଁଥିବା ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ତେବେ ବିଜେପିରେ ସୂରଜଙ୍କ ଗୁରୁତ୍ୱ ଅଧିକା ରହିଥିବା ବେଳେ ରାଜନୀତିରେ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । ଯାହାକୁ ଆକଳନ କଲେ ଜଣାପଡୁଛି ଯେ, ସୂରଜଙ୍କୁ ନେଇ ଏବେ ଯେଉଁ ଚର୍ଚ୍ଚା ହେଉଛି ତାହା ସତ ହେବାକୁ ବେଶି ଦିନ ଲାଗିବନି । ତେବେ ଦେଖାଯାଉ ସୂରଜଙ୍କ ରାଜନୈତିକ କ୍ୟାରିୟରରେ କେଉଁ ପରିବର୍ତ୍ତନ ଆସୁଛି ଏବଂ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *