ଚର୍ଚ୍ଚାରେ ଅଭିଷେକ-ଐଶ୍ୱର୍ଯ୍ୟା

ଚର୍ଚ୍ଚାରେ ଅଭିଷେକ-ଐଶ୍ୱର୍ଯ୍ୟା

ବଲିଉଡର ଲୋକପ୍ରିୟ ଦମ୍ପତି ଭାବେ ପରିଚିତ ଅଭିନେତା ଅଭିଷେକ ବଚନ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚନ ।  ତାଙ୍କର 16 ବର୍ଷର ବୈବାହିକ ଜୀବନରେ କେବେବି ବିବାଦ ଦେଖାଦେଇନାହିଁ । ସେମାନଙ୍କ ସଂପର୍କକୁ ନେଇ କେବେ ବାହାରେ ଚର୍ଚ୍ଚା ହୋଇ ନାହିଁ । କିନ୍ତୁ ଏବେ ଦୁହିଁଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କିଛିଦିନ ତଳେ ଅଭିଷେକଙ୍କର ଗୋଟିଏ ଫଟୋରେ ତାଙ୍କର ଜଣେ ଫ୍ୟାନ ପ୍ରଶ୍ନ କରିଥିଲେ ଯେ ସବୁବେଳେ ପିନ୍ଧି ଆସୁଥିବା ଅଭିଷେକ ତାଙ୍କ ବିବାହର ମୁଦି ଆଉ ତାଙ୍କ ହାତରେ ଦେଖିବାକୁ ମିଳୁନି । ଏହାକୁ ନେଇ କେହି କେହି କହୁଛନ୍ତି ତାଙ୍କ ସମ୍ପର୍କ ଆଉ ପୂର୍ବଭଳି ନାହିଁ ଦୁହିଁଙ୍କୁ ଆଉ ଏକାଠି ଦେଖିବାକୁ ମିଳୁନି । ଏବଂ ଅନ୍ୟକେତେକ ଫ୍ୟାନ ଏହାକୁ ଗୁଜବ ବୋଲି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *