ଚର୍ଚ୍ଚାରେ ବିଜେପିର ପୋଷ୍ଟର ରାଜନୀତି

ଚର୍ଚ୍ଚାରେ ବିଜେପିର ପୋଷ୍ଟର ରାଜନୀତି

ପୁଣି ବିବାଦରେ ପଡିଲା ଭାରତୀୟ ଜନତା ପାର୍ଟୀ । ପୁଣି ବିଜେପି ଉପରକୁ ଉଠିଲା ଆଙ୍ଗୁଠି । ହଁ ଆଜ୍ଞା, ବିଜେପି ସରକାରକୁ ଆସିବା ପରଠାରୁ କୌଣସି ନା କୌଣସି ବିବାଦରେ ଛନ୍ଦି ହୋଇଯାଉଛିା କେତେବେଳେ ବିଜେପି ନେତାଙ୍କ ବୟାନବାଜିକୁ ନେଇ ତ ଆଉ କେତେବେଳେ ଗୋଟିଏ ବିଭାଗର ମନ୍ତ୍ରୀ ଅନ୍ୟ ବିଭାଗ ସମ୍ପର୍କରେ ଘୋଷଣା କରିବାକୁ ନେଇ । କିନ୍ତୁ ଏବେ ତ ଏହା ଶୀର୍ଷ ଛୁଇଁଛି । ବିଜେପି ନେତାଙ୍କ ପୋଷ୍ଟରକୁ ନେଇ ଏବେ ରାଜନୀତିର ତାପମାତ୍ରା ଦ୍ୱିଗୁଣ ବଢିଯାଇଛି । ତେବେ ଗତକାଲି ବ୍ରହ୍ମପୁରରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦଘାଟନ ଥିଲା । ଯେଉଁ କାଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମନ୍ତ୍ରୀ , ସାଂସଦ ଏବଂ ବିଧାୟକମାନେ ଉପସ୍ଥିତ ଥିଲେ । ପ୍ରଥମ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ଗସ୍ତରେ ଆସିଥିବାରୁ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ପାଇଁ ରାସ୍ତାସାରା ନେତାମନ୍ତ୍ରୀଙ୍କ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଥିଲା । କିନ୍ତୁ ଏହି ବ୍ୟାନର ଗୁଡିକରେ ଭୁଲଭାଲ ଲେଖାଯିବା ସହ କେଉଁଠି କେଉଁଠି ନେତାଙ୍କ ଫଟୋ ନଥିବା ଦେଖିବାକୁ ମିଳିଛି । ଯାହା ବିଜେପିର ଅସଲ ନୀତିକୁ ପଦାରେ ପକାଇବା ସହ ଦଳରେ କିଛି ବି ଠିକ ଚାଲିନଥିବା ଦର୍ଶାଉଛି । ତେବେ ଦେଖନ୍ତୁ ଏହି ପୋଷ୍ଟରଟିକୁ । ଏହି ପୋଷ୍ଟରରେ ଥିବା ନେତା ହେଉଛନ୍ତି ଖଲ୍ଲିକୋଟ ବିଧାୟକ ପୂଣ୍ଣଚନ୍ଦ୍ର ସେଠୀ । କିନ୍ତୁ ସେହି ପୋଷ୍ଟରରେ ଲେଖାଯାଇଛି ଶ୍ରୀ ଯୁକ୍ତ ପୂଣ୍ଣଚନ୍ଦ୍ର ସେଠୀ ମାନ୍ୟବର ବିଧାୟକ ଭଞ୍ଜନଗର ବୋଲି । ଯାହା ସମସ୍ତଙ୍କ ଦୃଷ୍ଟିକୁ ଅ।।କର୍ଷଣ କରିବା ସହ ଏତେ ବଡ ଭୁଲ କିପରି ହେଲା ତାକୁ ନେଇ କନଫ୍ୟୁଜନ ସୃଷ୍ଟି କରିଛି । କେବଳ ଏତିକି ନୁହେଁ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାରଙ୍କ ପୋଷ୍ଟରରେ ମଧ୍ୟ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଫଟୋ ଥିବା ବେଳେ ଗଞ୍ଜାମର ଅନ୍ୟତମ ହେଭିୱେଟ ନେତା ତଥା କ୍ୟାବିନେଟ ମିନିଷ୍ଟର ବିଭୂତି ଭୂଷଣ ଜେନାଙ୍କ ଫଟୋ ସ୍ଥାନ ପାଇନଥିଲା । ଯେଉଁଥିରୁ ତାଙ୍କୁ ଅଣଦେଖା କରାଯାଉଥିବା ଚର୍ଚ୍ଚା ମଧ୍ୟ ହେଉଛି । ଏବଂ ଏହାକୁ ନେଇ ଗଞ୍ଜାମ ଏବଂ ବ୍ରହ୍ମପୁର ବିଜେପିରେ ଅଦୃଶ୍ୟ ଫାଟ ସୃଷ୍ଟି ହେଉଥିବା ଆଲୋଚନା ହେଉଛି । ତେବେ ଦେଖାଯାଉ ଏ ପ୍ରସଙ୍ଗ ଉପରେ ବିଜେପି ନେତା କଣ ପ୍ରତିକ୍ରିୟା ଦେଉଛନ୍ତି ଏବଂ ବିଜେପିରେ ପୁଣି ଫାଟ ସୃଷ୍ଟି ହେଉଥିବା ଯେଉଁ ଚର୍ଚ୍ଚା ହେଉଛି ସେଥିରେ କେବେ ପୂର୍ଣ୍ଣଚ୍ଛେଦ ପଡୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *