ଚର୍ଚ୍ଚାରେ ଭର୍ତ୍ତୁହରଙ୍କ ଆଙ୍ଗ୍ରି ଇମେଜ

ଚର୍ଚ୍ଚାରେ ଭର୍ତ୍ତୁହରଙ୍କ ଆଙ୍ଗ୍ରି ଇମେଜ

ଓଡିଶା ରାଜନୀତିର ଇତିହାସର ପୃଷ୍ଠାକୁ ଯଦି ଆମେ ଲେଉଟାଇବା ଚଳିତ ସାଧାରଣ ନିର୍ବାଚନରେ ଅନେକ ରାଜନେତା ଏ ଦଳରୁ ସେ ଦଳକୁ ଡିଆଁ ମାରି ନିଜର ଭାଗ୍ୟ ବଦଳାଇଛନ୍ତି ଆଉ କିଏ ମାଟି କାମୁଡି ତଳେ ପଡିଛନ୍ତି । ଯଦି ଆମେ କଟକ ସାଂସଦ ଭର୍ତ୍ତୁହରି ମହାତାବଙ୍କ ଗତି ଉପରେ ନଜର ପକାଇବା ବିଜେଡିରୁ ଲଗାତାର ଭାବେ ସାଂସଦ ହୋଇଆସୁଥିବା ଭର୍ତ୍ତୁହରି ମହାତାବ 24 ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।  ବିଜେପି ଟିକେଟରେ କଟକ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଲେ ଏବଂ ଜିତିଲେ । କିନ୍ତୁ ଏବେ ଭର୍ତ୍ତୁହରିଙ୍କ ନୂଆ ରୂପକୁ ନେଇ ସବୁଆଡେ ଚର୍ଚ୍ଚା । ପଟ ପରିବର୍ତ୍ତନ ପରେ କୁଲ ରହୁଥିବା ଭର୍ତ୍ତୁହରି ଏବେ ଫୁଲ ଆଙ୍ଗ୍ରି ହୋଇ ବିରୋଧି ବିଜେଡିକୁ ଆଟାକ କରୁଛନ୍ତି । ନିର୍ବାଚନ ଜିତିବା ପରେ ବଦଳିଯାଇଛି ଭର୍ତ୍ତୁହରିଙ୍କ ରୂପ । ଯେଉଁ ଶଙ୍ଖ ଟିକେଟରେ ସେ ନିର୍ବାଚନ ଲଢୁଥିଲେ ଏବେ ସେହି ଦଳକୁ ନିଶାନା କରିବା ପାଇଁ କୌଣସି ମୌକାକୁ ହାତଛଡା କରୁନାହାନ୍ତି କଟକ ସାଂସଦ । ଯେଉଁଠି ପାଉଛନ୍ତି ବିରୋଧି ବିଜେଡିକୁ ସମାଲୋଚନା କରୁଛନ୍ତି । ନିକଟରେ କଟକ ଜିଲ୍ଲା ନିଶ୍ଚିତକୋଇଲିଠାରେ ଆୟୋଜିତ ହୋଇଥିବା ଏକ ସଭାରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା । ପୂର୍ବର ସରକାରକୁ ନିଜର ବାକ୍ୟବାଣରେ ନିଶାନା କରି କହିଛନ୍ତି ବିଜେଡି ସରକାରରେ ଥିବାବେଳେ ବହୁ ଅଳିଆ ସୃଷ୍ଟି ହୋଇଛି ସେ ଅଳିଆ ସବୁକୁ ସଫା କରିବାକୁ ପଡିବ । ଅଣଓଡିଆ ପ୍ରସଙ୍ଗ ଉଠାଇ ମଧ୍ୟ ଭର୍ତ୍ତୁହରି ନବୀନ ବାବୁଙ୍କୁ ଧୋଇଛନ୍ତି ।  ତେବେ ବିରାଟ ଜନସଭାରେ ଭର୍ତ୍ତୁହରିଙ୍କ ଏହି ଅଳିଆ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ନବୀନ ସରକାରରେ ଥିବା ବେଳେ ଜନତାଙ୍କ ହିତ ପାଇଁ ସବୁ କାର୍ଯ୍ୟ କରିଛନ୍ତି ଯଦି କିଛି ଅଳିଆ ସୃଷ୍ଟି ହୋଇଛି ତେବେ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ମୋହନ ସରକାର ।

author

Related Articles

Leave a Reply

Your email address will not be published. Required fields are marked *