ଚର୍ଚ୍ଚାର ଏବେ ସୁରଙ୍କ ଦୁଇ ପୁଅ

ଚର୍ଚ୍ଚାର ଏବେ ସୁରଙ୍କ ଦୁଇ ପୁଅ

ଆଗକୁ 24 ନିର୍ବାଚନ । ସେଥିପାଇଁ ରାଜନୈତିକ ଦଳ ଓ ରାଜନେତାମାନେ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଲେଣି । କିନ୍ତୁ  ନିର୍ବାଚନକୁ ନେଇ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘରେ ମହାଭାରତ ଆରମ୍ଭ ହୋଇଗଲାଣି । ହଁ ଆଜ୍ଞା ଆମେ କହୁଛୁ ଜଟଣୀ ବିଧାୟକ ସୁର ରାଉତଙ୍କ କଥା । ଚଳିତ ବର୍ଷ ଫେବୃଆରୀ ମାସରେ ସୁର କହିଥିଲେ ସେ ରାଜନୀତିରୁ ଅବସର ନେବେ ଏବଂ ତାଙ୍କ ଦୁଇ ପୁଅ ରାଜନୀତିକୁ ଓହ୍ଲାଇବେ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଓ ସାନ ପୁଅ ମନ୍ମଥ ରାଉତରାୟ ଦୁହେଁ 24ରେ ନିର୍ବାଚନ ଲଢିବେ । ସାନ ପୁଅ କଂଗ୍ରେସ ଜଟଣୀ ପାଇଁ ଲଢିବାକୁ ଥିବାବେଳେ ବଡ ପୁଅ ନିମାପଡାରୁ ଲଢିବେ । ସୁର କହିଥିଲେ ଯେ ତାଙ୍କ ଦୁଇ ହେଉଛନ୍ତି ହୀରା ଏବଂ ପୁଅ ଯଦି କଂଗ୍ରେସରୁ ଲଢିବେ ତେବେ ସେ କ୍ୟାମ୍ପନିଙ୍ଗ କରିବେ ଏବଂ ମଇଦାନକୁ ଆସିବେ ଆଉ ଯଦି ନ ଲଢନ୍ତି ତେବେ ସୁରଙ୍କ ନାଁ ପାଇଁ ହିଁ ସେ ଭୋଟ ପାଇବେ ।  ତେବେ ସାନ ପୁଅ ମନ୍ମଥ କହିଥିଲେ ସେ କଂଗ୍ରେସରୁ ଲଢିବେ ନାହିଁ କିନ୍ତୁ ସୁର ସୁନିଶ୍ଚିତ କରି କହିଥିଲେ ମନ୍ମଥ କଂଗ୍ରେସରୁ ଲଢିବେ । ମନ୍ମଥ କେଉଁ ଦଳରୁ ଲଢିବେ ସେ ନେଇ ଅକ୍ଟୋବରରେ ସ୍ପଷ୍ଟ କରିବେ ବୋଲି କହିଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଏ ନେଇ କୌଣସି ସୂଚନା ମିଳିନାହିଁ କିନ୍ତୁ କିଛି ଦିନ ତଳେ ମନ୍ମଥ ଗଣମାଧ୍ୟମ ସାମ୍ମନାରେ ବିଜେଡିର ଯେଉଁ ବାଃ ବାଃ କରିଥିଲେ ତାହା ସଙ୍କେତ ଦେଉଛି ଯେ ମନ୍ମଥ ଆଉ ବିଜେଡି ଦଳରୁ ଲଢିବେ କି ?ଅନ୍ୟପଟେ ସୁରଙ୍କ ବଡ ପୁଅ ସିର୍ଦ୍ଧାଥ ନିମାପଡା ଆସନରୁ ନିର୍ବାଚନ ଲଢିବେ ବୋଲି  ଚର୍ଚ୍ଚା ହେଉଥିବାବେଳେ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ  କଡା ସମାଲୋଚନା କରିଥିଲେ ।ତେବେ ବଡ ପୁଅ ବିଜେଡିକୁ କଡା ସମାଲୋଚନା କରୁଥିବାବେଳେ ସାନପୁଅ ବିଜେଡିର ଗୁଣଗାନ କରୁଛି । ତେବେ ଏହା 24 ନିର୍ବାଚନ ପ୍ରତି କି ପ୍ରକାର ସଙ୍କେତ ଦେଉଛି ଏବଂ କେଉଁ ଦଳରୁ ସୁରଙ୍କ ଦୁଇ ପୁଅ ଲଢିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ରାଜନୀତିକୁ ନେଇ ବାପା ବନାମ ପୁଅ ଭିତରେ ଆଗକୁ କେଉଁ ଲଢେଇ ହେବ ? କାହା ପାଇଁ କ୍ୟାମ୍ପନିଙ୍ଗ କରିବେ ସୁର ରାଉତରାୟ ?

author

Related Articles

Leave a Reply

Your email address will not be published. Required fields are marked *