ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର

ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର

ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଚଳଚଞ୍ଚଳ ହେଲାଣି ରାଜ୍ୟ ବିଜେପି । ବିଜେପି କାର୍ଯ୍ୟାଳୟରେ ବସୁଛି ଘନ ଘନ ବୈଠକ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ସାଂସଦ ପ୍ରତାପ ଷଡଙ୍ଗୀ ଓ ଜୁଏଲ ଓରାମଙ୍କ ଅନେକ ବରିଷ୍ଠ ନେତା । ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ୧୪୭ଟି ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ କହିଛନ୍ତି, ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ନାମାଙ୍କନ ଠାରୁ ଆରମ୍ଭ କରି ନିର୍ବାଚନ ଶେଷ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି । ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନା ଚୂଡ଼ାନ୍ତ ହେବ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ ।

author

Related Articles

Leave a Reply

Your email address will not be published. Required fields are marked *