ଚାଇଲ୍ଡ ଲାଇନ ସାମ୍ବାଦିକ ସମ୍ମିଳନୀ

ଚାଇଲ୍ଡ ଲାଇନ ସାମ୍ବାଦିକ ସମ୍ମିଳନୀ

କନ୍ଧମାଳ

କନ୍ଧମାଳ ଜିଲ୍ଲା ରେ ଶିଶୁ ମାନଙ୍କୁ ସାହଯ୍ୟ, ସହଯୋଗ ଓ ସୁରକ୍ଷା ପ୍ରଦାନ ପାଇଁ କାର୍ଯ୍ୟ କରିଆସୁଥିବା ଚାଇଲ୍ଡ ଲାଇନ ପକ୍ଷରୁ ବାଲିଗୁଡ଼ା ସେବା ସମିତି ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜିକ ରଞ୍ଜିତା କମ୍ପୋ ଓ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଉପସ୍ଥିତ ରହି ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ ଦେଇଥିଲେ।

ଚଳିତ ବର୍ଷ ଜିଲ୍ଲା ଚାଇଲ୍ଡ ଲାଇନ ୪ଶହ ଟି ମାମଲା ହାତକୁ ନିଆଯାଇଥିବା ବେଳେ ୩୬ଟି ବାଲ୍ୟ ବିବାହ ରୋକା ଜିବା ସହ ବିଭିନ୍ନ ମାମଲା ହାତକୁ ନେଇ ତାର ସମାଧାନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ। ଶିଶୁ ମାନଙ୍କୁ ସହାୟତା ପାଇଁ ୧୦୯୮ ନମ୍ବର କୁ ଫୋନ କରିବା ପାଇଁ ନିବେଦନ କରିଛନ୍ତି ।।

author

Related Articles

Leave a Reply

Your email address will not be published. Required fields are marked *