ଚାନ୍ଦବାଲିରେ ମନମୋହନଙ୍କ ଭାଗ୍ୟ ପରୀକ୍ଷା

ଚାନ୍ଦବାଲିରେ ମନମୋହନଙ୍କ ଭାଗ୍ୟ ପରୀକ୍ଷା

ରୋଚକ ମୋଡରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ । ଏଥର ଏହି ଆସନରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀଙ୍କର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଖାସ କରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ଏଥର କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଦୁଇ ଦୁଇ ଥର ଏହି ଆସନରୁ ପରାଜୟର ମୁହଁ ଦେଖିବା ପରେ ମଧ୍ୟ ସେ ଏହି ଆସନରୁ ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେପଟେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛନ୍ତି । ଦୁଇ ଦୁଇ ଥର ମନମୋହନ ସାମଲଙ୍କୁ ହରାଇ ଶାସନ ଗାଦିରେ ବସିଛନ୍ତି ବ୍ୟୋମକେଶ । ଆଉ ଏଥର ମଧ୍ୟ ସେ ଜିତିବା ଆଶାରେ ରହିଛନ୍ତି । କିନ୍ତୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢୁଥିବାରୁ ଏଥର ବିଜେପି ଏଠାରେ ବିଜୟୀ ହୋଇପାରେ ବୋଲି ଆଶଙ୍କା ରହିଛି । ତେବେ ଭଦ୍ରକ ଲୋକସଭା ଆସନ ଅଧିନ ରହିଥିବା ୫ଟି ବିଧାନସଭା ଆସନରୁ ୪ଟିରେ ବିଜେଡି ବିଜୟୀ ହେଉଥିବା ବେଳେ ଦେଖାଯାଉ ଏଥର ସମୀକରଣ କଣ ହେଉଛି ଏବଂ କିଏ ବାଜି ମାତ୍ କରୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *