ଚାବୁକ ମାଡ ଖାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଚାବୁକ ମାଡ ଖାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଚାବୁକ ମାଡ ଖାଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ରାଜ୍ୟର ସୁଖ ସମୃଦ୍ଧି ତଥା ଦୁର୍ଭାଗ୍ୟ ଦୂର ହେବାକୁ ବିଶ୍ୱାସ ରଖି ମାଡ ଖାଇଛନ୍ତି । ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଯାଇ ପରମ୍ପରା ଅନୁଯାୟୀ ଭୂପେଶ ବାଘେଲ ଚାବୁକ ପାହାର ଖାଇଛନ୍ତି । ଦୀପାବଳି ପରଦିନ ଛତିଶଗଡରେ ଗୌରା-ଗୌରୀଙ୍କୁ ପୂଜା କରିବାର ପରମ୍ପରା ରହିଛି ।ଏହି ରୀତିନୀତିରେ ଭୁପେଶ ଦୁର୍ଗ ଜିଲ୍ଲା ଗସ୍ତ କରିଥିଲେ । ଯେଉଁଠି ଗୌରା-ଗୌରୀ ପୂଜା ଚାଲିଛି । ସେଠାରେ ବାଘେଲ ପ୍ରାର୍ଥନା କରିଥିଲେ ଏବଂ ଲୋକଙ୍କ ସୁଖ ଓ ସମୃଦ୍ଧି କାମନା କରିଥିଲେ ବୋଲି କହିଛନ୍ତି । ଏହି ସମୟରେ ବାଘେଲଙ୍କ ହାତରେ ପରମ୍ପରା ଅନୁସାରେ ଚାବୁକ୍ ମାଡ କରାଯାଇଥିଲା । ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇ ସମୃଦ୍ଧି ଆସିଥାଏ ବୋଲି ଛତିଶଗଡର ଲୋକମାନଙ୍କର ବିଶ୍ୱାସ ଅଛି । ବାଘେଲ କହିଛନ୍ତି ଜଣେ ବ୍ୟକ୍ତି ଯେତେ ବଡ଼ ହେଲେ ମଧ୍ୟ ଗୌରା-ଗୌରୀ ସାମ୍ନାରେ ସମସ୍ତେ ସମାନ ।

author

Related Articles

Leave a Reply

Your email address will not be published. Required fields are marked *