ଓଡିଶା ରାଜନୀତିର ଅଦିତୀୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଁ ଦର୍ଶକବନ୍ଧୁ ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଦେକି ବିଜେପି ସରକାରକୁ ଛାନିଆ ପଶୁଛି । ନିର୍ବାଚନର ପରାଜୟ ସଦମାରୁ ଏବେ ପର୍ଯ୍ୟନ୍ତ ବାହାରିନଥିବା ନେତାଙ୍କୁ ଦମ୍ଭ ଦେଇ ନିଜ ଦଳକୁ ସୃଦୁଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଖୋଦ ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । କାହିଁକିନା 24 ବର୍ଷ ପରେ ସରକାରରୁ ହଟିଲା ପରେ ବିରୋଧି ଦଳ ଭୂମିକାରେ ରହିଛି ବିଜୁ ଜନତା ଦଳ । ଏବଂ ବିଜେଡିକୁ ନେଇ ଭିନ୍ନ ଭିନ୍ନ ଭବିଷ୍ୟବାଣୀ କରୁଛନ୍ତି ଶାସକ ଦଳର ନେତାଙ୍କ ଠାରୁ ଯେ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ । ଯାହାର କଡା ଜବାବ ଦେଇଛନ୍ତି ଶଙ୍ଖପତି ନବୀନ ପଟ୍ଟନାୟକ । କେତେବେଳେ ବିଜେଡି ନେତା କହୁଛନ୍ତି କି ବିଜେଡି ଲିଙ୍କରେ ବିଜେପିରେ ଏତିକି ନେତା ତ ପୁଣି ବିଜେପି ନେତା ଏହାର ପୁନରାବୃତ୍ତି କରୁଛନ୍ତି । ଗତ କିଛି ଦିନ ହେବ ଦୁଇ ଦଳଙ୍କ ମଧ୍ୟରେ ଦଳ ଡିଆଁ ଚର୍ଚ୍ଚା ବେଶ ଲାଗି ରହିଥିବା ବେଳେ ମୁହଁ ଖୋଲିଛନ୍ତି ଶଙ୍ଖପତି ନବୀନ ପଟ୍ଟନାୟକ । ମୁହଁ ଖୋଲିଲେ ନାଁ ନନେଇ ସିଧା ସିଧା ମୋହନଙ୍କୁ ଏମିତି ଶୁଣାଇ ଦେଲେ । କାନ୍ଧରୁ କ୍ଷମତା ଖସିବା ପରେ ନବୀନଙ୍କ ଲୋକପ୍ରିୟତା କମିନାହିଁ ବରଂ ତାହା ବଢିବାରେ ଲାଗିଛି । ଯାହାକୁ ବିଜେପି ସରକାର ସହିପାରୁନାହିଁ । ନୂଆ ନୂଆ ରଣନୀତି ପ୍ରସ୍ତୁତ କରି ନବୀନଙ୍କ ଲୋକପ୍ରିୟତାକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ମୋହନଙ୍କ ସରକାର । କିନ୍ତୁ ମୋହନଙ୍କୁ ଏହାର କଡା କାଉଣ୍ଟର ଦେଉଛନ୍ତି ନବୀନ । ନବୀନଙ୍କ ବଢୁଥିବା ଲୋକପ୍ରିୟତାକୁ ସହଜରେ ହଜମ କରିପାରୁନଥିବା ହେତୁ ରାଜନୈତିକ ଫାଇଦା ପାଇଁ ନିଜର ହୀନ ଚକ୍ରାନ୍ତ ଜାରି ରଖିଛନ୍ତି ଗୁଜବକାରୀ । କିଛି ଦିନ ହେବ ସାଇଲେଣ୍ଟ ବସିଥିବା ନବୀନ ନିଜ ସୋସିଆଲ ମିଡିଆ ପେଜରେ ସିଧା ସିଧା ମୋହନଙ୍କୁ ଶୁଣାଇ ଦେଇଛନ୍ତି । କାହିଁକିନା ବିଜେଡି ଛାଡି ବିଜେପିକୁ ଯାଉଥିବା ନେତାମାନେ ନବୀନଙ୍କୁ ଦୋଷ ଦେଉଥିଲେ ଏବଂ ମିଛ ଅପପ୍ରଚାର କରୁଥିଲେ । ଯାହା ଦେଖିବା ପରେ ଶେଷରେ ମୁହଁ ଖୋଲିବାକୁ ବାଧ୍ୟ ହେଲେ ନବୀନ ।
You can share this post!
author