ଚାଲିଛି ମାଓବାଦୀଙ୍କ ଷଡଯନ୍ତ୍ର

ଚାଲିଛି ମାଓବାଦୀଙ୍କ ଷଡଯନ୍ତ୍ର

ଚାଲିଛି ମାଓବାଦୀଙ୍କ ଷଡଯନ୍ତ୍ର . ମାଓ ଯୋଜନା ପଣ୍ଡ କଲା ସୁରକ୍ଷବାହିନୀ .ଜଙ୍ଗଲରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ଠାବ କରି ନିଷ୍କ୍ରିୟ କଲା ସୁରକ୍ଷାବାହିନୀ.ପୁଣି ମାଲକାନଗିରି ଜିଲ୍ଲା ରେ ସକ୍ରିୟ ହେଉଛନ୍ତି ମାଓବାଦୀ . ଦିନକୁ ଦିନ ବଢିଚାଲିଛି ନକ୍ସଲମାନଙ୍କ ଉତ୍ପାତ .ବିଭିନ୍ନ ସମୟରେ ସେମାନେ ସୁରକ୍ଷାବାହିନୀକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରି ଧରା ପଡୁଛନ୍ତି .ଠିକ ସେହିପରି ମାଓବାଦୀଙ୍କ ଏକ ଯୋଜନା ଫେଲ ମାରିଛି .

ତେବେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଅଞ୍ଚଳରେ ମାଓବାଦୀମାନେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଷଡଯନ୍ତ୍ର କରୁଥିଲେ . ନକ୍ସଲମାନେ ମିଳିତ ଷଡଯନ୍ତ୍ର କରୁଥିବାର .କୌଣସି ମତେ ସୁରକ୍ଷା ବାହିନୀ ଜାଣିଯିବା ପରେ . ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରିଥିଲେ ସୁରକ୍ଷବାହିନୀ . ପରେ ଯବାନଙ୍କୁ ଟାର୍ଗେଟ୍ କରିବାକୁ ଜଙ୍ଗଲରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ଠାବ କରି ନିଷ୍କ୍ରିୟ କରାଯାଇଥିଲା .ତେବେ ଭେଜାଙ୍ଗିୱାଡା ଅଞ୍ଚଳରୁ ଏହି ଲ୍ୟାଣ୍ଡମାଇନ୍ ଠାବ ହୋଇଛି .

ତେବେ ବଡିଗାଟା ଠାରେ ବିଏସଏଫ ଯବାନମାନେ ଭେଜାଙ୍ଗିୱାଡା ଅଞ୍ଚଳରେ କମ୍ଵିଂ ଅପରେସନ କରୁଥିଲେ.ଏହି ସମୟରେ ଗୋମ୍ଫାକୋଣ୍ଡା କେନାଲ ରାସ୍ତା ଉପରେ କିଛି ବିଦ୍ୟୁତ ତାର ଦେଖିବାକୁ ପାଇଥିଲେ. ପରେ ଏନେଇ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା . ପରେ ମାଟି ତଳୁ ଏକ ଲ୍ୟାଣ୍ଡମାଇନ୍ ଠାବ ହୋଇଥିଲା .

author

Related Articles

Leave a Reply

Your email address will not be published. Required fields are marked *