ଚାଲିଛି ଶପଥ ଗ୍ରହଣ ଉତ୍ସବ

ଚାଲିଛି ଶପଥ ଗ୍ରହଣ ଉତ୍ସବ

ଚାଲିଛି ଶପଥ ଗ୍ରହଣ ଉତ୍ସବ । ନୂଆ କରି ନିର୍ବାଚିତ ହୋଇଥିବା ବିଧାୟକମାନେ ଜଣଙ୍କ ପରେ ଜଣେ ଶପଥ ପାଠ କରୁଛନ୍ତି । ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଶପଥ ପାଠ ଉତ୍ସବ ଚାଲିଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତି ପରିଡା ଶପଥ ପାଠ କରିଛନ୍ତି । ଏହା ପରେ ବିଧାୟକ ମାନେ ଶପଥ ନେଉଛନ୍ତି । ଏଥର କିନ୍ତୁ ଅନେକ ପୁରୁଣା ମୁହଁଙ୍କୁ ମିଳିଛି ନୂଆ ପରିଚୟ। ନବୀନ ପଟ୍ଟନାୟକ ଏଥର ଆଉ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ବିରୋଧୀ ଦଳ ଆସନରେ ବସିଛନ୍ତି। ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଶପଥ ନେଇଛନ୍ତି। ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ଏଥର ବିଧାନସଭାକୁ ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ ଆସିଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା।

author

Related Articles

Leave a Reply

Your email address will not be published. Required fields are marked *