ବାତ୍ୟା ଦାନା ରେ ପ୍ରଭାବିତ ହୋଇଛି ଧାନ ଫସଲ। ଚାଷୀର ବର୍ଷ କର ପରିଶ୍ରମ ଏବେ ପାଣିରେ ମିଶିଛି। ପବନ ଓ ବର୍ଷା ମାଡରେ ଅମଳର ଯଥେଷ୍ଟ ପୂର୍ବରୁ ଅଧା ଫଳନ୍ତା ଧାନ ଗଛ ସବୁ ପାଣିରେ ଲୋଟିପଡିଛି। ଏ ସବୁକୁ ଦେଖି ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। କେମିତି ପରିବାର ଚଳେଇବେ, ଋଣ ସୁଝିବେ। ବିଲରେ କେଣ୍ଡା କେଣ୍ଡା ହୋଇ ଖେଳୁଥିଲା ଧାନ ଫସଲ । ଆଉ ଅଳ୍ପ ଦିନ କେଇଟା ପରେ ଧାନ ଅମଳ ହୋଇଥାନ୍ତା। ହେଲେ ବର୍ଷ ସାରାର ଦାନାକୁ ବିଗାଡିଦେଲା ବାତ୍ୟା ‘ଦାନା’ । ଧାନ ଗଛରେ ଥୋଡ ବାହାରିବା ପରେ ବାତ୍ୟା ଦାନା ପାଇଁ ଅନୁଭୁତ ହୋଇଥିବା ବର୍ଷା ପବନରେ ଧାନ ଗଛ ସବୁ ଭୂଇଁରେ ଲୋଟିପଡି ଜଳରେ ବୁଡି ରହିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଏଭଳି ପରିସ୍ଥିତି ଦେଖା ଯାଇଥିବା ବଳେ ଆନନ୍ଦପୁର ବ୍ଲକର ମୁଖ୍ୟତ ଖଡ଼ବିଲି ଓ ଭାକସିରା ଏଭଳି ସ୍ଥିତି ଦେଖା ଦେଇଛି । ଚାଷୀଙ୍କୁ କ୍ଷତିପୁରଣ ଦେବା ଲାଗି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବାବେଳେ ବାତ୍ୟା ଯିବାର ତିନିଦିନ ପରେବି କୌଣସି ପ୍ରଶାସନିକ ଅଧିକାରୀ ପହଁଞ୍ଚି ନଥିବା ଅଭିଯୋଗ କରିଛନ୍ତି ଚାଷୀ କୁଳ l ଅନ୍ୟ ପଟେ ଅଣପଞ୍ଜିକୃତ ଯୁଦ୍ର ଚାଷୀ ମାନଙ୍କ କଥା କିଏ ବୁଝିବ। ଏପଟେ ଭାଗ ଚାଷୀ ଧାର କରଜ ଆଣି ଅନେକ ଖର୍ଚ୍ଚ
କରି ଜମିରେ ଲଗାଇଥିବାବେଳେ ସୁନାର ଫସଲ ଏବେ ପାଣିରେ ଲୁଟିପଡିଛି। ଏଭଳି ପରିସ୍ଥିତିରେ ଏହିବର୍ଗର ଚାଷୀମାନେ କଣ କରିବେ, କିପରି ବର୍ଷକର ଗୁଜୁରାଣ ମେଣ୍ଟାଇବେ, ଧାର କରଜ ଅର୍ଥ ସୁଝିବେ କିପରି, ଯେପରି ବାତ୍ୟା ‘ଦାନା ‘ ଏ ମାନଙ୍କଠୁ ଦାନା ଛଡେଇ ନେଇଚି l ସରକାର ଏଥି ପ୍ରତି ଦୃଷ୍ଟି ଦେଇ ସଠିକ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ଅନୁରୋଧ କରିଛନ୍ତି ଚାଷୀଙ୍କ ସମେତ ଅଞ୍ଚଳ ବାସୀ l