ଚାଷୀଙ୍କ ବିରଧରେ କେନ୍ଦ୍ର କରିଛି ସଡଯନ୍ତ୍ର

ଚାଷୀଙ୍କ ବିରଧରେ କେନ୍ଦ୍ର କରିଛି ସଡଯନ୍ତ୍ର l କେନ୍ଦ୍ର ସରକାରଙ୍କ ଚାଷୀମାରଣ ନିତ ବିରଧରେ ଆର ପାର ଲଡେଏ କରିଛି ବିଜେଡି l ଆଜି ରାଜ୍ୟର ସମସ୍ତ ଜିଲ୍ଲା ତଥା ବ୍ଲକରେ ଚାଷୀଙ୍କ ସ୍ବାର୍ଥ ପାଇଁ ଲଡେଇ କରିଥବା ବେଳେ ସେହିପରି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ରେ ମଧ୍ୟ ସ୍ଥାନୀୟ ବିଜେଡିର କର୍ମକର୍ତ୍ତା ଚାଷୀଙ୍କ ପ୍ରତି ରାଜରାସ୍ତାକୁ ଉଲ୍ହାଇ କେନ୍ଦ୍ର ସରକରଙ୍କ ବିରଦ୍ଧରେ ପ୍ରତିବାଦ କରିଥିବା ଚିତ୍ର ଦେଖିବାକୁ ମିଳିଛି l କେନ୍ଦ୍ର ସରକାରଙ୍କ ଚଳିତ ପ୍ରସ୍ତାବିତ ବଜେଡରେ ଧାନ ସଂଗ୍ରହ ବାବଦରେ ୨୦ ହଜାର କୋଟିଟଙ୍କା କାଟି ଦେଇଥିବା ବେଳେ ଅର୍ଣପୂର୍ଣା ଯୋଜନାରେ ଗରିବ ହିତାଦିକାରୀଙ୍କ ଚାଉଳକୁ ମଧ୍ୟ ହଡପ କରିଥିବା ଅଭିଯୋଗ ହୋଇଛି l ଏପରି କି କୃଷିକ୍ଷେତ୍ରରେ କଷ୍ଟମ କିମ୍ବା ଜିଏସଟି ହ୍ରାସ କରାଯାଏନି l ସେହିପରି ୧୮ ଲକ୍ଷ୍ୟ ମେଟ୍ରିକ ଟନ୍ ବଦଳରେ ୪ ଲକ୍ଷ୍ୟ ମେଟ୍ରିକ ଟନ୍ ଚାଉଳ ପଠାଉଛି ଏଫ୍.ସି.ଆଇ l ସେହିପରି ଚାଉଳ ବାବଦରେ ୧୪ କୋଟି ସବସିଡ ମଧ୍ୟକେନ୍ଦ୍ର ଦେଉନଥିବା ଅଭିଯୋଗ ହୋଇଛି l ଯାହାଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥବା କହିଛି ବିଜେଡି l ଏହି ପ୍ରତିବାଦ ରେ ବିଷମକଟକ ର ବିଜେଡି ସଭାପତି ଦେବୀ ପଟନାୟକ ,ନାଇବ ସରପଞ୍ଚ ପ୍ରଦୀପ ଗୁଡଲା, ନାନୁ ପଣ୍ଡା, ଶିବା ଦେଶୀଟ , ପ୍ରମଦ ଭାତ୍ରା,ଚନ୍ଦ୍ରକାନ୍ତ ପାଲକା,ସମୀର ସାହୁ , ଅଶ୍ୱିନ କୁମାର ସେଠୀ , ପପୁ ବେହେରା , କେଶବ ଉତ୍ତରା ସିଲି ,ସମେତ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ l
ଶେଷରେ ବ୍ଲକ ଗୋଷ୍ଠୀ ଉର୍ଣୟନ ଅଧିକାରୀ ଶ୍ରୀଯୁକ୍ତ ସଦା ଶିବ ନାୟକ ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରାଗଲା ।

ବିଷମ କଟକ ରୁ ଚନ୍ଦନ କୁମାର ଙ୍କ ରିପୋର୍ଟ

author

Related Articles

Leave a Reply

Your email address will not be published. Required fields are marked *