ଚାଷୀମାନଙ୍କ ଭାରତ ବନ୍ଦ ଡାକରା

ଚାଷୀମାନଙ୍କ ଭାରତ ବନ୍ଦ ଡାକରା

କେନ୍ଦ୍ର ସରକାରଙ୍କ ନୀତି ଓ ବେକାରୀ ସମସ୍ୟାକୁ ବିରୋଧ କରି ସାରା ଭାରତରେ ଚାଷୀ ଭାରତ ବନ୍ଦ ପାଳନ କରୁଛନ୍ତି । ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ ଓଡିଶାରେ ମଧ୍ୟ ପଡିଛି । ବନ୍ଦ ପାଳନ କରି ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ଦେବାକୁ ଦାବି କରିଛନ୍ତି କୃଷକ ସଂଗଠନ । ଏହି ବନ୍ଦ ଡାକରାକୁ ଟ୍ରେଡ ଓ ଟ୍ରକ ସଙ୍ଗଠନ ମଧ୍ୟ ସମର୍ଥନ କରିଛନ୍ତି । ପୂର୍ବରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ କୃଷକ ସଙ୍ଗଠନର ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ।ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହେବ । ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି । ଅପରାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରମୁଖ ସ୍ଥାନରେ ଚାଷୀ ମାନେ ଚକାଜାମ କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଥିଲେ ମଧ୍ୟ ଏହା ବିଫଳ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *