ଚିଟଫଣ୍ଡ ଟଙ୍କାକୁ ନେଇ ବିଜେପିକୁ ଲେଖାଶ୍ରୀଙ୍କ ସମାଲୋଚନା !

ଚିଟଫଣ୍ଡ ଟଙ୍କାକୁ ନେଇ ବିଜେପିକୁ ଲେଖାଶ୍ରୀଙ୍କ ସମାଲୋଚନା !

କୁଆଡେ ଗଲା ବିଜେପିର ଚିଟଫଣ୍ଡ ଠକେଇ ଟଙ୍କା ଫେରସ୍ତ ଘୋଷଣା । କେବେ ଲୋକଙ୍କୁ ମିଳିବ ଚିଟଫଣ୍ଡ ଠକେଇ ଟଙ୍କା । ହଁ ଆଜ୍ଞା, ବିଜେପି ସରକାରକୁ ଆସିବାର ୨୪ ଘଣ୍ଟା ପରେ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଥିଲେ । କିନ୍ତୁ ସରକାରକୁ ଆସିବାର ୨ ମାସ ପରେ ବି ବିଜେପି ଏ ଦିଗରେ କିଛି ବି ପଦକ୍ଷେପ ନେଇନି । ଅନ୍ୟ ପ୍ରତିଶୃତି ଭଳି ଏ ପ୍ରତିଶୃତିକୁ ବି ବିଜେପି ସମ୍ପୂର୍ଣ୍ଣ ଭୁଲି ଯାଇଛି । ନିର୍ବାଚନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ନେତୃବୃନ୍ଦ ବିଜେଡିର ଦୋଷ ବାହାର କରିବା ସହ ସେ କେଉଁ କେଉଁ ଦିଗରେ ଫେଲ ମାରିଛି ତାହା ଲୋକଲୋଚନକୁ ଆଣୁଥିଲେ । ଏବଂ ବିଜେପି ସରକାରକୁ ଆସିଲେ କଣ ସବୁ କରିବ ଲୋକଙ୍କୁ କିପରି ନ୍ୟାୟ ଦେବେ ସେନେଇ ବଡ ବଡ କଥାମାନ ଘୋଷଣା କରିଥିଲା । କିନ୍ତୁ ଏବେ ବିଜେପି ବି ସେ ଦିଗରେ ଫେଲ ମାରିଛିା ଅନ୍ୟ ପ୍ରତିଶୃତି ପରି ଚିଟଫଣ୍ଡ ଠକେଇ ମାମଲାରେ ମଧ୍ୟ ବିଜେପି କିଛି ପଦକ୍ଷେପ ନେଇଥିବା ସୂଚନା ମିଳିଛି ନା କେବେ ଲୋକଙ୍କ ଖାତାକୁ ଏ ଟଙ୍କା ଟ୍ରାନ୍ସଫର କରାଯିବ ସେନେଇ କିଛି ଘୋଷଣା କରାଯାଇଛିାତେବେ ଏହି ଘୋଷଣାକୁ ନେଇ ଏବେ ବିଜେପିକୁ ପ୍ରଶ୍ନ ଉଠାଇଛି ବିରୋଧୀ ବିଜେଡି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ପ୍ରସଙ୍ଗକୁ ନେଇ ସ୍ୱର ଉଠାଇଛନ୍ତି । ଏବଂ ଏକ ଭିଡିଓ ପୋଷ୍ଟ କରି ବିଜେପିକୁ ସମାଲୋଚନା କରିଛନ୍ତିା ଏହା ସହ ଯାହା କହିବି ମିଛ କହିବି, ମିଛ ଛଡା କିଛି କହିବି ନାଇଁ ବୋଲି ଲେଖି ତୀବ୍ର ସମାଲୋଚନା କରିଛନ୍ତିା ତେବେ ଲେଖାଶ୍ରୀଙ୍କ ଏହି ପୋଷ୍ଟ ପରେ ରାଜନୀତିର ଉଷ୍ମତା ମଧ୍ୟ ବଢିଯାଇଛି । ଦେଖାଯାଉ ଲେଖାଶ୍ରୀଙ୍କ ଏହି ପୋଷ୍ଟର ପ୍ରଭାବ ବିଜେପି ଉପରେ କେତେ ପଡୁଛି ଏବଂ କେବେ ଚିଟଫଣ୍ଡ ଠକେଇ ଟଙ୍କା ଲୋକମାନଙ୍କ ଖାତାକୁ ଆସୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *