ଚିଲିକାରୁ ଲଢିବେ ପ୍ରସନ୍ନ ପାଟ୍ଟଶାଣୀ !

ଚିଲିକାରୁ ଲଢିବେ ପ୍ରସନ୍ନ ପାଟ୍ଟଶାଣୀ !

ଆଜି ଆସିପାରେ ବିଜେଡିର ବଳକା ପ୍ରାର୍ଥୀ ତାଲିକା । ଏହାରି ଭିତରେ ନବୀନ ନିବାସରେ ପହଞ୍ଚିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ଟିକେଟକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରସନ୍ନ । ଚିଲିକା ନିର୍ବାଚନ ମଣ୍ଡଳୀରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ଭିତରେ ନବୀନ ନିବାସରେ ପହଂଚିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ନବୀନ ନିବାସରେ ଫାଇଭ-ଟି ଅଧ୍ୟକ୍ଷ ଓ ସଙ୍ଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିବାରୁ ଉଭୟଙ୍କ ସହ ଗୁରୁତ୍ୱୂପର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ଚିଲିକା ତାଙ୍କ ଗାଁ ହୋଇଥିବାରୁ ସେ ସେଠାରେ ଟିକେଟ ଆଶାୟୀ ରହିଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଜି ନବୀନ ନିବାସ ଆସିଛନ୍ତି । ତେବେ କେଉଁଠୁ ମିଳିବ ପ୍ରସନ୍ନଙ୍କୁ ଟିକେଟ ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *