ଚିଲିକାରୁ ଲିଭିଗଲା ପ୍ରସନ୍ନଙ୍କ ନାଁ

ଚିଲିକାରୁ ଲିଭିଗଲା ପ୍ରସନ୍ନଙ୍କ ନାଁ

ପୁଣି ମଉଳିଲା ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଶା । ପ୍ରଥମେ ରାଜ୍ୟସଭା, ପରେ ଲୋକସଭା ଆଉ ଏବେ ବିଧାନସଭା ଟିକେଟରୁ ବି ବାଦ ପଡିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଗୋଟିଏ ପରେ ଗୋଟିଏ ଆସନରେ ଟିକେଟ ମିଳିବ ବୋଲି ଆଶା ଦେଖାଇ ଏବେ ସେ ଆଶାକୁ ଆଶାରେ ହିଁ ରଖିଛନ୍ତି ଦଳର ସୁପ୍ରିମୋ । ରାଜ୍ୟସଭା ଏବଂ ଲୋକସଭା ଆସନରୁ ନାଁ କଟିବା ପରେ ଚିଲିକାରୁ ବିଧାନସଭା ଆସନ ପାଇଁ ତାଙ୍କୁ ଗ୍ରୀନ ସିଗନାଲ ମିଳିଥିଲା । କିନ୍ତୁ ଏବେ ସେଠାରୁ ବି ପ୍ରସନ୍ନଙ୍କୁ ରେଡ୍ ସିଗନାଲ ମିଳିଛି । ଯାହା ପରେ ପ୍ରସନ୍ନ ଅପ୍ରସନ୍ନ ଥିବା ଚର୍ଚ୍ଚା ହେଉଛି । ତେବେ ଏଭଳି ସ୍ଥିତିରେ ସେ ଏବେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ବଢିଚାଲିଛି । କିନ୍ତୁ ଏ ସମ୍ପର୍କରେ ତାଙ୍କର ପରବର୍ତ୍ତୀ ଆଭିମୁଖ୍ୟ କଣ ହେବ ତାହା ସମୟ କହିବ ବୋଲି ଉଲ୍ଲେଖ କରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।

author

Related Articles

Leave a Reply

Your email address will not be published. Required fields are marked *