ଚିଲିକାରେ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ

ଚିଲିକାରେ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ

ରାଜ୍ୟରେ ଧୀରେ ଧୀରେ ଶୀତ ପଡିବା ଆରମ୍ଭ ହେଲାଣି ।ଶୀତଋତୁର ଆଗମନରେ ଚିଲିକା ନିଳ ଜଳରାଶିରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ । ତେଣୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇ ଦେଇଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପାଇଁ ୨୧ଟି ଟିମ ଗଠନ କରାଯାଇଛି । ଏଥିସହ ମୋବାଇଲ ଟିମ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ । ସେଥିପାଇଁ ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ କଡା ନଜର ରଖିଛି ପୋଲିସ ।ଅକ୍ଟୋବର ମାସରେ ହିଁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ସୂଦୁର କାଶ୍ମୀରିର ଲଦାକରୁ ଗ୍ଲସି ଆଇବିସ, ଉ ଗ୍ରେଡ, ଷ୍ପଟ ବିଲ ଡଗ ପକ୍ଷୀ ପହଞ୍ଚି ଥିବା ବନ ବିବାଗ ତରଫରୁ ସୂଚନା ମିଳିଛି । ଚିଲିକାକୁ ପକ୍ଷୀମାନଙ୍କ ଆସିବାଖବର ପାଇ ବନ ବିଭାଗ ତାରସମସ୍ତ ପ୍ରସ୍ତୁତି ଆରମ୍ଭ କରି ସାରିଛି ।

author

Related Articles

Leave a Reply

Your email address will not be published. Required fields are marked *