ଚୀନ ପରେ ଆମେରିକାରେ ନିମୋନିଆ ଆତଙ୍କ; ୧୪୫ ଶିଶୁ ଆକ୍ରାନ୍ତ

ଚୀନ ପରେ ଆମେରିକାରେ ନିମୋନିଆ ଆତଙ୍କ; ୧୪୫ ଶିଶୁ ଆକ୍ରାନ୍ତ

ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ଏବେ ଯୁକ୍ତରଷ୍ଟ୍ର ଆମେରିକାକୁ ନିଜ କବଜାକୁ ଆଣିବାକୁ ଲାଗିପଡିିଛିା କାରଣ ଚୀନ ପରେ ପରେ ଏବେ ଆମେରିକାରେ ବହୁ ସଂଖ୍ୟକ ଶିଶୁ ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି । ଯାହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ।

ଆମେରିକାର ଓହାୟୋର ୱାରେନ୍ କାଉଣ୍ଟିରେ ୧୪୫ ଶିଶୁ ନିମୋନିଆ ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ବୟସ ୩ରୁ ୧୪ ବର୍ଷ ମଧ୍ୟରେ ହେବ । ଏହା ଆମେରିକାରେ କେବଳ ଜାତୀୟ ହାର ଠାରୁ ବହୁ ଅଧିକ ନୁହେଁ, ବରଂ ଏହାକୁ ଏକ ଆଉଟବ୍ରେକ୍ ବା ସଂକ୍ରମଣ ବ୍ୟାପିବା ମଧ୍ୟ କୁହାଯାଉଛି ।
ମାତ୍ର ଆମେରିକାର ସ୍ୱାସ୍ଥ୍ୟବିଭାଗ ସ୍ପଷ୍ଟ କରିଛି ଯେ, ଏହା କୌଣସି ନୂଆ ରୋଗ ନୁହେଁ । ପୂର୍ବ ବର୍ଷ ଗୁଡ଼ିକ ଭଳି ନିମୋନିଆ ଲକ୍ଷଣ ଦେଖାଯାଉଛି । କିନ୍ତୁ ଏବର୍ଷ ଏତେ ସଂଖ୍ୟକ ଶିଶୁ ଅଚାନକ ଆକ୍ରାନ୍ତ ହେବା ପରେ ଚିନ୍ତା ବଢ଼ିଯାଇଛି ।
ତେବେ ଆଶ୍ୱସ୍ତିର ବିଷୟ ଯେ, ଅଧିକାଂଶ ଆକ୍ରାନ୍ତ ଘରେ ରହି ଆଣ୍ଟିବାୟୋଟିକ ସେବନ କରି ସୁସ୍ଥ ହୋଇପାରୁଛନ୍ତି। ଏହା ଘାତକ ସାବ୍ୟସ୍ତ ହେଉ ନ ଥିବା ତଥା କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅକାମୀ କରୁ ନ ଥିବା ଜଣାଯାଇଛି।

କିଛି ଦିନ ତଳେ ଚୀନ ରେ ଶିଶୁଙ୍କଠାରେ ଶ୍ୱାସକ୍ରିୟା ସଂପର୍କିତ ରୋଗ ବ୍ୟାପୁଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଚୀନ୍‌ରେ ଦେଖାଦେଇଥିବା ଏହି ଭୂତାଣୁ ଯୋଗୁ ଅଧିକାଂଶ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି। ରୋଗର ଲକ୍ଷଣଗୁଡିକ ନିମୋନିଆ ସହ ଅଧିକ ମେଳ ଖାଉଛି । ପିଲାଙ୍କ ପାଖରେ ଜ୍ୱର, କାଶ, ଥଣ୍ଡା, ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା ଭଳି ଲକ୍ଷଣ ଦେଖାଯାଉଛି। ତେବେ କରୋନା ମହାମାରୀରେ ବି ଏହି ସବୁ ଲକ୍ଷଣ ଦେଖିବାକୁ ମିଳୁଥିଲା। ଏଥର କିନ୍ତୁ ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି।

author

Related Articles

Leave a Reply

Your email address will not be published. Required fields are marked *