ଚୀରନିଦ୍ରାରେ ମହେଶ୍ୱର ମହାନ୍ତି

ଚୀରନିଦ୍ରାରେ ମହେଶ୍ୱର ମହାନ୍ତି


ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ତଥା ପୁରୀର ବରିଷ୍ଟ ବିଜେଡ଼ି ନେତା ମହେଶ୍ବର ମହାନ୍ତି। ୬୭ବର୍ଷ ବୟସ ରେ ତାଙ୍କର ଦେହାନ୍ତ ହୋଇଛି । ପୁରୀରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମହେଶ୍ୱର। ପ୍ରଥମେ ୧୯୯୫ରେ ଜନତା ଦଳରୁ ବିଧାୟକ ହୋଇଥିଲେ। ପରେ ୨୦୦୦ ରୁ ୨୦୧୪ ଯାଏଁ ଲଗାତାର ବିଜେଡିର ବିଧାୟକ ଥିଲେ। ୨୦୦୪ରୁ ୨୦୦୮ ଯାଏଁ ବାଚସ୍ପତି ପଦରେ ଥିଲେ ମହେଶ୍ୱର ମହାନ୍ତି। ନବୀନ ସରକାର ଜଣେ ଟାଣୁଆ ନେତା ଭାବେ ଅନେକ ଥର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ୨୦୧୧ ରୁ ୨୦୧୯ ଯାଏଁ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ ମହେଶ୍ୱର ମହାନ୍ତି। ଆଇନ ଓ ରାଜସ୍ବ ଭଳି ଗୁରୁ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଚନ୍ତି ସେ । ପଞ୍ଚାୟତିରାଜ, ରାଜସ୍ବ, ଆଇନ, ପର୍ଯ୍ୟଟନ ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର । ୨୬ ଫେବ୍ରୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ ମହେଶ୍ବର । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଗଇ କରିଛନ୍ତି । ଏହା ସହ ପୁରୀ ଜିଲ୍ଲା ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟରେ ଖଖଈ କରିଛନ୍ତି । ଜଣେ ରାଜନେତା ହେବ ସହ ପେଶାରେ ଆଇନଜୀବୀ ଥିଲେ। ଗତ କିଛି ଦିନ ହେବ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତେବେ ଆଜି ଭୋର୍ ସମୟରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ସାରା ପୁରୀ ସହର ସମେତ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।

author

Related Articles

Leave a Reply

Your email address will not be published. Required fields are marked *