ଚେଇଁ ଶୋଇଛି ବନ ବିଭାଗ…ଏପେଟ ଚାଲିଛି କେନ୍ଦୁ କାଠ ଚୋରାଚାଲାଣ

ଚେଇଁ ଶୋଇଛି ବନ ବିଭାଗ…ଏପେଟ ଚାଲିଛି କେନ୍ଦୁ କାଠ ଚୋରାଚାଲାଣ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଘଣ୍ଟା ପଡ଼ା ସେକ୍ସନ ଅନ୍ତର୍ଗତ ଲଣ୍ଡା ବାହାଲ ଗ୍ରାମ ନିକଟରୁ ବନ ବିଭାଗ କର୍ମଚାରୀ ମାନେ ବିପୁଳ ପରିମାଣର କେନ୍ଦୁ କାଠ ଜବତ କରିଥିଲେ । ହେଲେ କେତେ ପରିମାଣର କେନ୍ଦୁ କାଠ ଜବତ ହୋଇଛି ଏବଂ କାହାକୁ ଗିରଫ କରାଯାଇଛି ତାହା ଆଜକୁ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ବିଭାଗର ଅଧିକାରୀ ତଦନ୍ତ ଚାଲିଥିବା କହି କୌଣସି ତଥ୍ୟ ଦେଉ ନାହାନ୍ତି । ଯାହା ଫଜରେ ବନ ବିଭାଗର କାର‌୍ୟ୍ୟଦକ୍ଷତା ଓ ସ୍ବଚ୍ଛତା ନେଇ ଅନେକ ସମାଲୋଚନା ଆରମ୍ଭ ହୋଇଥିବା ବେଳେ ନାନା ପ୍ରଶ୍ନ ଉଙ୍କି ମାରୁଛି । ବନ ବିଭାଗର ସ୍ବଚ୍ଛତା ଓ କାର‌୍ୟ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କଲେଣି ଲୋକେ । କଣ୍ଟାମାଳ ବନ ବିଭାଗ ପାଇଁ କାଠ ଚୋରା ଚାଲାଣ ନୂଆ କଥା ନୁହେଁ । ପୂର୍ବରୁ ଏଭଳି କାଠ ଚୋରା ଚାଲାଣର ଅନେକ ନଜିର ରହିଛି । ଗତ କିଛି ମାସ ପୂର୍ବେ ବନ ବିଭାଗ ଏକ କାଠ ଚୋରା ଚାଲାଣ ଘଟଣାରେ ଟ୍ରାକ୍ଟର, ଏକ ହାଇଡ୍ରା ଆଦି ଜବତ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ କାଠ ମାଫିଆ ସହ ଲକ୍ଷାଧିକ ଟଙ୍କାର ଡ଼ିଲ କରି ଛାଡ଼ି ଦେଇଥିବା ନଜିର ରହିଛି । ଅନ୍ୟପଟେ ଏତେ ପରିମାଣର କାଠ ସବୁ ଜବତ୍ ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳର ବନପାଳ , ବନରକ୍ଷୀ ଓ ବନ କର୍ମଚାରୀ କଣ କରୁଥିଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ବନ ବିଭାଗର କାର‌୍ୟ୍ୟଦକ୍ଷତା ଓ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିଭାଗର କାଠ ଚାଲାଣ ପ୍ରୀତି ସ୍ପଷ୍ଟ ବାରି ହେଉଛି । ଘଟଣା ସମ୍ପର୍କରେ କଣ୍ଟାମାଳ ରେଞ୍ଜରଙ୍କୁ ପଚାରିବାରୁ ଛତିଶଗଡ଼ ର କାଗଜପତ୍ର ଦେଖାଉ ଥିବାରୁ ତଦନ୍ତ ବିଳମ୍ବ ହେଉଥିବା କହୁଥିବା ବେଳେ, ବୌଦ୍ଧ ଡି ଏଫ୍ ଓ ଘଟଣା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି କହିଥିଲେ । ତେବେ ଜଙ୍ଗଲକୁ ବନ ବିଭାଗ ସୁରକ୍ଷା ଦେବା ପରିବର୍ତ୍ତେ ଧ୍ଵଂସ କରିବାରେ ପ୍ରମୁଖ ଭୂମିକା ଥିବାରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହୋଇ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *