ଚେତିଲା ଅବକାରୀ ବିଭାଗ; ନଷ୍ଟ କଲା ବିପୁଳ ପରିମାଣର ଦେଶୀ ମହୁଲ ଏବଂ ପୋଚ

ଚେତିଲା ଅବକାରୀ ବିଭାଗ; ନଷ୍ଟ କଲା ବିପୁଳ ପରିମାଣର ଦେଶୀ ମହୁଲ ଏବଂ ପୋଚ

ଗଞ୍ଜାମର ଚ଼ିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଲୋକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ଅବକାରୀ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ପରେ ଚେତା ପଶିଛି ଅବକାରୀ ବିଭାଗ। ଏହି ପରିପେକ୍ଷୀରେ ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ ରହିଥିବା ଦୁର୍ଗମ ଅଞ୍ଚଳରେ ଚୋରା ଦେଶୀ ମହୁଲି ମଦ ଭାଟି ଉପରେ ଚଢ଼ାଉ କରିଛି ଅବକାରୀ ପୋଲିସ୍ ।ଗଜଗତି ଜିଲ୍ଲାର ଘଞ୍ଚ ଜଙ୍ଗଲ ଭିତରେ ମଦ ମାଫିଆମାନେ ଦିବାରାତ୍ରରେ ମହୁଲି ଦେଶୀ ମଦ ରାନ୍ଧୁଥିବା ଓ ଚୋରାରେ ବିକ୍ରିବଟା କରୁଥିବା ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ରାଜ୍ୟ ଅବକାରୀ ଆୟୁକ୍ତ ନରସିଂହ ଭୋଇ, ଜିଲ୍ଲାପାଳ ବିଜୟ କୁମାର ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍. ସ୍ଵାତୀ କୁମାର ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଅବକାରୀ ଥାନାର ଉପ-ନିରୀକ୍ଷକ ସନ୍ତୋଷ କୁମାର ଦାଶ ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଉପ-ନିରୀକ୍ଷକ ପଦ୍ମଚରଣ କର ଏବଂ କର୍ମଚାରୀ ମିଳିତ ଭାବେ ରା.ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁରୁ ଓ କେରଡ଼ାଙ୍ଗ ଗ୍ରାମ୍ୟ ଜଙ୍ଗଲରେ ଚ଼ଡ଼ାଉ କରି ଉଭୟ ଅଞ୍ଚଳରୁ ୬ ହଜାର ୫ ଶହ ଲିଟର ମହୁଲି ପୋଚ଼ ଓ ୫ ଶହ ଲିଟର ଚ଼ୋରା ଦେଶୀ ମହୁଲି ମଦ ଜବତ କରିବା ସହ ମଦ ଓ ପୋଚ଼କୁ ଘଟଣା ସ୍ଥଳରେ ନଷ୍ଟ କରିଦେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ପ୍ଲାଷ୍ଟିକ୍ ଡ୍ରମ୍, ରସ ହାଣ୍ଡି ଓ ବାଲଟି ଜବତ ଜବତ କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *