କଣ ଆପଣ ନିଜ ସ୍କିନରେ ଉଜ୍ଜ୍ୱଳତା ଚାହାନ୍ତି କି ? ସ୍କିନକୁ ଚମକଦାର କରିବାରେ ଆଲୋଭେରାର ଭୂମିକା ସମ୍ପର୍କରେ ଜାଣନ୍ତି ? ଆଜିକାଲି ନିଜ ଚେହେରାରେ ଚମକ କିଏ ବା ନ ଚାହେଁ । ଚମକଦାର ଚେହେରା ଆତ୍ମବିଶ୍ୱାସ ବଢାଇବା ସହିତ ଖୁସି ଦେଇଥାଏ । ଏଥିପାଇଁ ଅନେକ ଦାମୀ ଦାମୀ ପ୍ରଡକ୍ଟ ସ୍କିନରେ ବ୍ୟବହାର ସହ ବିଭିନ୍ନ ପ୍ରକାର ଡାଏଟ ଉପରେ ମଧ୍ୟ ଅନେକ ଫୋକସ କରିଥାନ୍ତି । କିନ୍ତୁ ଏଥିପାଇଁ ଏକ ସହଜ ଉପାୟ ସମ୍ପର୍କରେ ଅନେକ ଜାଣିନଥାନ୍ତି । କମ୍ ଖର୍ଚ୍ଚରେ ଆଲୋଭେରା ଆମ ସ୍କିନ ପାଇଁ କେତେ ଉପକାରୀ , ସ୍କିନକୁ ଗ୍ଲୋଇଙ୍ଗ କରିବାରେ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତାହା ଅନେକ ଜାଣିନଥାନ୍ତି । ବଜାରରେ ବିକ୍ରି ହେଉଥିବା ମହଙ୍ଗା ଏବଂ କେମିକାଲ ପ୍ରଡକ୍ଟ ତୁଳନାରେ ଆଲୋଭେରା ଜେଲ୍ ଅଧିକ ଫାଇଦା ଦେଇଥାଏ । ଏହା ସ୍କିନକୁ ମଇଶ୍ଚରାଇଜ କରିବା ସହିତ ସ୍କିନକୁ ଉନ୍ନତ କରିଥାଏ । ଏବଂ ସ୍କିନକୁ ହାଇଡ୍ରେଟ ରଖିବାରେ ମଧ୍ୟ ଆଲୋଭେରା ସାହାଯ୍ୟ କରିଥାଏ ।
ଆଲୋଭେରାରରେ ଆଣ୍ଟି- ଇନଫ୍ଲାମେଟୋରୀ ଗୁଣ ଭରପୁର ରହିଥିବାରୁ ଏହା ସ୍କିନରେ ରେଡନେସ କମାଇବାରେ ସହାୟକ ହେବା ସହିତ ସ୍କିନକୁ କୋମଳ କରିଥାଏ । ସନବର୍ଣ୍ଣରୁ ରକ୍ଷା କରିବା ସହିତ ବ୍ରଣ ଏବଂ ଦାଗ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କେବଳ ଏତିକି ନୁହେଁ ଆଲୋଭେରା ଜେଲ ମୁହଁରେ ବ୍ୟବହାର କରିବା ଦ୍ୱାରା ଏହା ସ୍କିନରେ ବାର୍ଦ୍ଧକ୍ୟ ସମସ୍ୟାର ମୁକାବିଲା କରିଥାଏ । ଏବଂ ସ୍କିନରେ କୋଲଜନ ବୃଦ୍ଧି କରିବା ଦ୍ୱାରା ଏହା ସ୍କିନକୁ ଉନ୍ନତ କରିଥାଏ । ଏହା ସହିତ ଆଲୋଭେରା ଜେଲ୍ ସ୍କିନରେ ବ୍ୟବହାର କରିବା ଦ୍ୱାରା ଏହା ସ୍କିନକୁ ଏକ ଉଜ୍ଜ୍ୱଳତା ପ୍ରଦାନ କରିଥାଏ । ତେବେ ଏଥିପାଇଁ ଆପଣ ଆଲୋଭେରା ଜେଲକୁ ନିଜ ଖାଦ୍ୟରେ ସେବନ କରିବା ସହିତ ସ୍କିନରେ ବ୍ୟବହାର କରିପାରିବେ । ଆଲୋଭେରାକୁ ସିଧା ଗଛରୁ କାଟି ଆଣି ବ୍ୟବହାର କରିବା ସହିତ ମାର୍କେଟରେ ମିଳୁଥିବା ଆଲୋ ମଇଶ୍ଚରାଇଜର ମଧ୍ୟ ବ୍ୟବହାର କରିପାରିବେ । ତେବେ ଯଦି ଆପଣଙ୍କ ସ୍କିନକୁ ଏହା ସୁଚ୍ କରୁନି ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ସ୍କିନରେ କିଛି ବ୍ୟବହାର କରିବା ଉଚିତ୍ ।
