ଚୋରା ମଦ ବେପାରୀକୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ

ଚୋରା ମଦ ବେପାରୀକୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କୁମ୍ପାପଡା ଗ୍ରାମରେ ଦୀର୍ଘ ଦିନ ଧରି ଚୋରା ମଦ ବ୍ୟବସାୟ ଚାଲିଥିବାବେଳେ, ସନ୍ଧ୍ୟା ହେଲେ ମଦୁଆ ମାନେ ମଦ ପିଇ ରାସ୍ତାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି, ଏହି ରାସ୍ତା ଦେଇ ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀ ଓ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୁଅନ୍ତି, ଏହାକୁନେଇ ଗ୍ରାମବାସୀ ବହୁବାର ଗଞ୍ଜାମ ଜିଲ୍ଲାପାଳ, ଅବକାରୀ ବିଭାଗ, ଜଗନ୍ନାଥ ପ୍ରସାଦ ଥାନା କୁ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ହେଉନଥିଲା,ଆଜି ଜଣେ ବ୍ୟବସାୟୀ OR 07 Q 3273 ନମ୍ବର ବିଶିଷ୍ଟ TVS ମଟର ଗାଡ଼ିରେ ମଦ ବୋଝେଇ କରି ବିକ୍ରି ପାଇଁ ଆସିଥିବାବେଳେ ଗ୍ରାମବାସୀ ତାକୁ ଅଟକାଇ ପୋଲିସ କୁ ଖବର ଦେଇଥିଲେ, ଜଗନ୍ନାଥ ପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଦବୋଝେଇ ଗାଡ଼ିସହିତ ବୁଡୁରୁଙ୍ଗୁ ଗ୍ରାମର ପଠାଣ ସେଠି ନାମକ ମଦ ବ୍ୟବସାୟୀ କୁ ଗିରଫ କରି ନେଇଛି, ଏହି ଗ୍ରାମରେ ଆହୁରି ଅନେକ ଛୋଟ ମଦ ବ୍ୟବସାୟୀ ରହିଥିବାବେଳେ ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି !

author

Related Articles

Leave a Reply

Your email address will not be published. Required fields are marked *