ଛଅଟି ସହରରେ ତାପାମାତ୍ରା 10 ଡିଗ୍ରୀ ତଳେ

ରାଜ୍ୟରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି । ଛଅଟି ସହରର ତାପମାତ୍ରା 10 ଡିଗ୍ରୀରୁ ତଳେ । ସୁନ୍ଦରଗଡ କୋରେଇରେ ସର୍ବନିମ୍ନ ତାପମାତ୍ରା 8.3 ଡିଗ୍ରୀ ରେକର୍ଡ । ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ପୁଆଁଇବା ସହ ବିଭିନ୍ନ ପନ୍ଥା ଆପଣାଉଛନ୍ତି ଲୋକେ । ଆଜିଠୁ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ସହ ଶୀତ କମିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ ।ଗତ ୨୪ଘଣ୍ଟା ମଧ୍ୟରେ କୋରାପୁଟରେ ୯.୫, ଭଦ୍ରକ ରାଣୀତାଲରେ ୯.୬ ଏବଂ ରାଉରକେଲାରେ ୯.୮ଡିଗ୍ରୀ କୋରେଇରେ ୮.୩ ଡିଗ୍ରୀ, କନ୍ଧମାଳ ଜି. ଉଦୟଗିରିରେ ୮.୫, ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଆଜିଠୁ ରାଜ୍ୟରେ ପଶ୍ଚିମା ବାୟୁ ପ୍ରବାହ କାରଣରୁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଆଜିଠୁ ରାତି ତାପମାତ୍ରାରେ ବୃଦ୍ଧି ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

author

Related Articles

Leave a Reply

Your email address will not be published. Required fields are marked *