ଛକାପଞ୍ଝାରେ ରାଜୁଙ୍କ ଭବିଷ୍ୟତ !

ଛକାପଞ୍ଝାରେ ରାଜୁଙ୍କ ଭବିଷ୍ୟତ !

ନିର୍ବାଚନ ପାଇଁ ସରଗରମ ସମସ୍ତ ନିର୍ବାଚନ ମଣ୍ଡଳୀ । ଖାସ କରି ଏବେ ଧାମନଗର ନିର୍ବାଚନ ମଣ୍ଡଳୀର ଉଷ୍ମତା ବଢିବାରେ ଲାଗିଛି । କାରଣ ଧାମନଗର ଆସନ ପାଇଁ ଏବେ ବିଜେପିରେ ଦୁଇ ଦୁଇ ଜଣ ହେଭିୱେଟ ନେତା ଲାଇନରେ ଅଛନ୍ତି । ପ୍ରଥମତ ଧାମନଗର ବିଧାୟକ ସୂଯ୍ୟବଂଶୀ ସୂରଜ ଏହି ଆସନ ପାଇଁ ଏକମାତ୍ର ଦାବିଦାର ଥିଲେ । ଏବେ କିନ୍ତୁ ଧାମନଗରର ପୂବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେପିରେ ମିଶିବା ପରେ ବିଜେପି ଟେନସନରେ ପଡିଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ଧାମନଗରରେ ଉଭୟ ରାଜେନ୍ଦ୍ର ଏବଂ ସୂଯ୍ୟବଂଶୀ ସୂରଜଙ୍କ ଦବଦବା ବେଶ୍ ରହିଛି । କିନ୍ତୁ ବିଜେଡିରୁ ବହିଷ୍କୃତ ହେବା ପରେ ଏବେ ଏହି ଆସନରେ ସୂରଜଙ୍କ ରାଜ ଚାଲିଛି । ଯାହାକୁ ନେଇ ଏବେ ଛକାପଞ୍ଝାରେ ପଡିଯାଇଛି ରାଜୁଙ୍କ ଭବିଷ୍ୟତ । ତେବେ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ବେଳେ ରାଜୁ ଯେଉଁ ଆଶା ନେଇ ବିଜେପିରେ ଯୋଗ ଦେଇଥିଲେ ସେ ଆଶାକୁ ବିଜେପି କେତେଦୂର ପୂରଣ କରୁଛି ଏବଂ ରାଜୁଙ୍କୁ କେଉଁ ଦାୟିତ୍ୱ ଦେଉଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *