ଛତିଶଗଡରେ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଆକ୍ରମଣ

ଛତିଶଗଡରେ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଆକ୍ରମଣ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଛତିଶଗଡ ନିର୍ବାଚନ । ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ମାଓ ହିଂସା ଦେଖା ଦେଇଛି । କାଙ୍କେର ଓ ନାରାୟଣପୁର ଜିଲ୍ଲାରେ ବିସ୍ଫୋରଣ ହୋଇଛି । ଏଥିରେ ୨ ଯବାନ ଓ ଦୁଇ ଜଣ ପୁଲିଂ କର୍ମଚାରୀ ଆହତ ହୋଇଛନ୍ତି । କାଙ୍କେର ଜିଲ୍ଲା ଛେଟେବିଟିଆ ଥାନା ଙ୍ଗୋୱାହିଠାରେ ୩ଟି ବିସ୍ଫୋରଣ ହୋଇଥିଲା । ୪ଟି ପୁଲିଂ ଦଳକୁ ନେଇ ଯବାନ ଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ବିଏସଏଫ୍ ଯବାନ ଆହତ ହୋଇଛନ୍ତି । ସେହିପରି ନାରାୟଣପୁରରେ ଆଇଇଡି ବିସ୍ଫୋରଣ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *