ଛତିଶଗଡ଼ ଦନ୍ତେୱାଡ଼ାରେ ଏନକାଉଣ୍ଟର, ୩ ମାଓବାଦୀ ନିପାତ

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ନିପାତ । ଛତିଶଗଡ଼ ସୁକମା ସୀମାନ୍ତ ଟୁମକାପାଲ ଓ ଡବାବୁ କୁନା ଗାଁ ନିକଟରେ ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ୩ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବହୁ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି ।
ଗତ ୨୨ ତାରିଖରେ ଜମ୍ମୁ କାଶ୍ମୀରର ପୁଂଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ ଧରଣର ଆକ୍ରମଣ ହୋଇଥିଲା । ଏଥିରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଥିଲେ । ସେନାର ଦୁଇଟି ଗାଡି ଯାଉଥିବା ବେଳେ ଆତଙ୍କବାଦୀ ମାନେ ଗୁଳିମାଡ କରିଥିଲେ । ଏହାପରେ ପୁରା ଏରିଆକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା ।ଗତ ମାସରେ ମଧ୍ୟ ରଜୌରୀରେ ସେନାକୁ ଟାର୍ଗେଟ କରି ଆକ୍ରମଣ ହୋଇଥିଲା । ଏଥିରେ ଦୁଇ କ୍ୟାପଟେନଙ୍କ ସହ ୫ଜଣଙ୍କ ଜୀବନ ଯାଇଥିଲା।

author

Related Articles

Leave a Reply

Your email address will not be published. Required fields are marked *