ଛାଡ଼ପତ୍ର ପାଇଁ କରାଯାଏ ପୂଜା

ଛାଡ଼ପତ୍ର ପାଇଁ କରାଯାଏ ପୂଜା

ଭୁବନେଶ୍ୱର:

ଲକ୍ଷ୍ନୌ ସ୍ଥିତ ବନ୍ଦୀ ମା’ଙ୍କୁ ପୂଜା କଲେ ଛାଡ଼ପତ୍ର ମାମଲାର ଖୁବଶୀଘ୍ର ସମାଧାନ ହୋଇଥାଏ | ଏହି କଥା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ହେଉଛି ଏଠାକାର ଲୋକଙ୍କ ବିଶ୍ୱାସ | ମନ୍ଦିରର ପ୍ରବନ୍ଧକ ସୁଶୀଳା ବଜାପେୟୀଙ୍କ କହିବା ଅନୁସାରେ, ବନ୍ଦୀ ମା’ଙ୍କ ଦର୍ଶନ ଦ୍ୱାରା ସମ୍ପର୍କରୁ ମୁକ୍ତି ମିଳେ | ଯେଉଁ ସମ୍ପର୍କରେ ଜଣେ ଅଶାନ୍ତି ଭିତରେ ଗତି କରନ୍ତି କିମ୍ବା ଚିନ୍ତାରେ ରହନ୍ତି, ସେଥିରୁ ମା’ ମୁକ୍ତି ଦିଅନ୍ତି ବା ସମସ୍ୟାର ସମାଧାନ କରନ୍ତି | ଏଣୁ ବନ୍ଧନ ବା ସମ୍ପର୍କରୁ ମୁକ୍ତି ଚାହୁଁଥିଲେ ବନ୍ଦୀ ମା’ଙ୍କୁ ଦର୍ଶନ କରିବା ଦରକାର | ଏହି ମନ୍ଦିର ‘କଟାରା ରାଣୀ’ ମନ୍ଦିର ନାଁରେ ପରିଚିତ | ସେହିପରି ଲୋକଙ୍କ ମନସ୍କାମନା ପୂରଣ ହେଲେ ମା’ଙ୍କୁ ପାଉଁଜି ସହ ସୁହାଗ ଜିନିଷ ବି ଅର୍ପଣ କରନ୍ତି | ଏହାବାଦ ଏଠାରେ ମା’ଙ୍କୁ ମିଠା ଭୋଗ ଲାଗି କରାଯାଏ | ତେବେ ମା’ଙ୍କୁ ପୂଜାରେ ନିୟୋଜିତ ବ୍ରାହ୍ମଣମାନଙ୍କର କେବଳ ଗୋଟିଏ ସାଙ୍ଗିଆ, ତାହା ହେଉଛି ‘ବାଜପେୟୀ’ ଏବଂ ସେମାନଙ୍କର କୁଳଦେବୀ ହେଉଛନ୍ତି ବନ୍ଦୀ ମା’ | ଏହା ହେଉଛି ବହୁ ପ୍ରାଚୀନ ମନ୍ଦିର | ଏହି ସ୍ଥାନକୁ ମା’ଙ୍କ ପ୍ରତିମା କିଭଳି ଆସିଲା, ସେ କଥା କେହି ଜାଣନ୍ତି ନାହିଁ | ତେବେ ବନ୍ଦୀ ଦନ ବାଜପେୟୀଙ୍କ ଦ୍ୱାରା ଏହି ମନ୍ଦିର ସ୍ଥାପନ କରାଯାଇଥିବା କୁହାଯାଏ | ସେ ମା’ଙ୍କର ଜଣେ ବଡ ଭକ୍ତ ଥିଲେ | ନବରାତ୍ରି ସମୟରେ ଏହି ମନ୍ଦିରରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୁଏ |

author

Related Articles

Leave a Reply

Your email address will not be published. Required fields are marked *