ଛାତ୍ରଛାତ୍ରୀଙ୍କୁ ମିଳିବ ମ୍ୟାଜିକ କାର୍ଡ

ଛାତ୍ରଛାତ୍ରୀଙ୍କୁ ମିଳିବ ମ୍ୟାଜିକ କାର୍ଡ

ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାର ଆଣୁଛନ୍ତି ଗୋଟିଏ ପରେ ଗୋଟିଏ ସୁବିଧା । ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ମିଳିବ ଏହି ମ୍ୟାଜିକ କାର୍ଡ । କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଏହି କାର୍ଡରେ ଛାତ୍ରଛାତ୍ରୀଙ୍କୁ ରିହାତି ସୁବିଧା ମିଳିବ । ଏହି କାର୍ଡରେ ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ପାଇପାରିବେ । ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ଏହାର ଡାଟାବେସ୍ ଏହି କାର୍ଡରେ ମିଳିବ । ସେହିଭଳି ପରୀକ୍ଷା ଫଳ, ଉପସ୍ଥାନର ପୂରା ତଥ୍ୟ ମଧ୍ୟ ଏହି କାର୍ଡରେ ରହିବ । ଏହି କାର୍ଡକୁ ବିଭିନ୍ନ କମ୍ପାନିକୁ ଦିଆଯିବ । ଯିଏ ଯେଉଁ କ୍ଷେତ୍ରରେ ପାରଦର୍ଶୀ ଥିବେ ସେହି କ୍ଷେତ୍ରର କମ୍ପାନି ଗୁଡିକ ଡାଟାବେସ୍ ଅନୁଯାୟୀ ନିଯୁକ୍ତି ଦେବେ ।

author

Related Articles

Leave a Reply

Your email address will not be published. Required fields are marked *