ଛାତ୍ରଛାତ୍ରୀଙ୍କ ପାଇଁ ମୋହନଙ୍କ ନୂଆ ଯୋଜନା

ଛାତ୍ରଛାତ୍ରୀଙ୍କ ପାଇଁ ମୋହନଙ୍କ ନୂଆ ଯୋଜନା

ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ହେବ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ । ଅତ୍ୟାଧୁନିକ ବିଦ୍ୟାଳୟରେ ପାଠ ପଢିବେ ଛାତ୍ରଛାତ୍ରୀ । ଏଭଳି କିଛି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଆଦର୍ଶ ଶିକ୍ଷାଦାନ ପାଇଁ ପରିବେଶ ରହିଥିଲା ସେହିଭଳି ପରିବେଶରେ ଏବେ ଛାତ୍ରଛାତ୍ରୀ ପାଠ ପଢିବେ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଖୁବଶୀଘ୍ର ଶୁଭାରମ୍ଭ କରିବେ । ପ୍ରାଥମିକ ଶିକ୍ଷାର ଉନ୍ନୀତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ଏହି ଯୋଜନାରେ ନୂଆ କ୍ଲାସରୁମ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ, ଖେଳପଡ଼ିଆ, ଡାଇନିଂ ହଲ, କମ୍ପ୍ୟୁଟର, ସ୍ମାର୍ଟବୋର୍ଡ ଆଦିର ବ୍ୟବସ୍ଥା କରାଯିବ । ଏହାସହିତ କ୍ରୀଡ଼ା, ଶାରୀରିକ ବ୍ୟାୟାମ, ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

author

Related Articles

Leave a Reply

Your email address will not be published. Required fields are marked *