ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନେଶ୍ୱରରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ମିଳିଛି । ଫ୍ୟାନରେ ଓଢ଼ଣୀ ଲଗାଇ ଛାତ୍ରୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ହଷ୍ଟେଲ ଭିତରୁ ପୋଲିସ ଉଦ୍ଧାର କରିଛି । ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ଭରତପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର । ଘରୋଇ ମେଡ଼ିକାଲ କଲେଜରେ ଦନ୍ତ ବିଭାଗରେ ପାଠ ପଢ଼ୁଥିଲେ । ସେ ବିଡିଏସ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ହଷ୍ଟେଲ ରୁମରେ କେହି ନଥିବା ବେଳେ ଆତ୍ମହତ୍ୟା କରିଛନ୍ତି । ଏହାପରେ ପୋଲିସ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଜଣାଇଛି । ଆଜି ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *