ଛାତ୍ର କୁ ଚିଠିରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଛାତ୍ର କୁ ଚିଠିରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ପଦାଦିଗି ଗାଁ ର ଛାତ୍ର ଶଙ୍କର ପ୍ରଧାନ ଙ୍କୁ ଚିଠିରେ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପ୍ରଚାର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଲୋକସଭା କ୍ଷେତ୍ର କନିସି ପଢ଼ିଆ କୁ ଆସିଥିବା ବେଳେ ଗଞ୍ଜାମ ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ପଦାଦିଗି ଗ୍ରାମର ଖେଳମଣି ପ୍ରଧାନ ଙ୍କ ଯୁକ୍ତ ଦୁଇ ଶ୍ରେଣୀ ର ଛାତ୍ର ଶଙ୍କର ପ୍ରଧାନ ପ୍ରଧାନ ମନ୍ତ୍ରୀ ଙ୍କ ଫୋଟ ଚିତ୍ର ପେନ୍ସିଲ ରେ ଆର୍ଟ କରି ପ୍ରଧାନମନ୍ତ୍ରୀ ଙ୍କୁ ଦେବାପାଇଁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କ ନଜର ପଡିଥିବା ବେଳେ ମୋଦି ଙ୍କ ସିକ୍ୟୁରୀଟି ଅଫିସର ତାଙ୍କ ଚିତ୍ର ନେବାସହ ଠିକଣା ନେଇଥିଲେ । ଆଜି ତାଙ୍କୁ ଇ ମେଇଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଫୋଟଚିତ୍ର ପାଇ ଖୁସିରେ ଧନ୍ୟବାଦ ଜଣାଇଛନ୍ତି । ତେବେ ପିଲାଦିନରୁ ଆର୍ଟ କଳା ପ୍ରତି ଦୁର୍ବଳତା ରହିଥିବା ଶଙ୍କର ଯେ ପ୍ରଧାନମନ୍ତ୍ରୀ ଙ୍କୁ ଫୋଟଚିତ୍ର ଗ୍ରହଣ କରିବେ ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ଧନ୍ୟବାଦ ଦେବେ ସେ ବିଶ୍ୱାସ କରିନପାରୁଥିବା ବେଳେ ସାରା ପରିବାର ଖୁସିର ମହୋଲ ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *