ଛି ଛି ମୋହନ ସରକାର ଥୁ ଥୁ ବିଜେପି ସରକାର । ହଁ ଦର୍ଶକବନ୍ଧୁ ଏପରି କିଛି ଘଟଣା ଦେଖିବାକୁ ମିଳିଛି ପାଲଲହଡା ବ୍ଲକରେ । ମନ୍ତ୍ରୀଙ୍କୁ ବିରୋଧ କରି ଏପରି ନାରା ଦେଉଥିଲେ ବିଜେଡି କର୍ମୀ । ପାଲଲହଡାରେ ତେଜିଛି ଫଳକ ଭଙ୍ଗା ରାଜନୀତି । ମନ୍ତ୍ରୀ ଆସିବା ପୂର୍ବରୁ ତାଙ୍କ ଫଳକ ଭାଙ୍ଗିଦେଇଛନ୍ତି ବିଜେଡି ବ୍ଲକ ଅଧକ୍ଷା ଓ ଜିଲ୍ଲା ସଊାପତି । ଫଳକରେ ନିଜର ନାମ ନଥିବାରୁ ଏପରି କିଛି କରିଛନ୍ତି ବ୍ଲକ ଅଧକ୍ଷା । ପାଲଲହଡା ଡାକ୍ତରଖାନା ପରିସରରେ ପୂର୍ତ୍ତବିଭାଗ ତରଫରୁ 96 ଲକ୍ଷ ଟଙ୍କା ବିନିମୟରେ ନୂତନ ଆହାର କେନ୍ଦ୍ର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରବି ନାରାୟଣ ନାୟକ ଏବଂ ସ୍ଥାନୀୟ ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ସେଠାରେ ସ୍ଥାପିତ ହୋଇଥିବା ଫଳକରେ ସେଠାକାର ବ୍ଲକ ଅଧକ୍ଷା ଓ ଜିଲ୍ଲା ସଭାପତିଙ୍କ ନାଁ ନଥିବାରୁ ନାରାବାଜି କରିଥିଲେ । ଏବଂ ଫଳକ ଭାଙ୍ଗିଦେବା ସହିତ ମୋହନ ସରକାରକୁ ଛି ଛି କରିଥିଲେ । ପୋଲିସ ଯେତେ ବୁଝାଇଥିଲେ ମଧ୍ୟ ଅସନ୍ତୁଷ୍ଟ ବିଜେଡି କର୍ମୀ କାହା କଥା ଶୁଣିନଥିଲେ । ତେବେ ବ୍ଲକ ଅଧକ୍ଷା କହିଛନ୍ତି କି ଏସବୁ ନବୀନ ସରକାରଙ୍କ ଅନୁଦାନ ଥିଲା କିନ୍ତୁ ବିଜେପି ଏହାକୁ ନେଇ ରାଜନୀତି କରୁଛି । ପୁରୁଣା କାମରେ ରଙ୍ଗ ମାରି ନିଜ ନାଁରେ ଉଦଘାଟନ କରୁଛନ୍ତି ମନ୍ତ୍ରୀ । ବାହ୍ୟ ସୂତ୍ରରୁ ଖବର ପାଇବା ପରେ ପଞ୍ଚାୟତ ସମିତି ଅଧକ୍ଷା ଫଳକ ଭାଙ୍ଗିଥିବା କଥା ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।
You can share this post!
author