ଛିଡୁଛି ଶଙ୍ଖ ଚିନ୍ତାରେ ନବୀନ…ମମତାଙ୍କ ପରେ କିଏ ?

ଛିଡୁଛି ଶଙ୍ଖ ଚିନ୍ତାରେ ନବୀନ…ମମତାଙ୍କ ପରେ କିଏ ?

ଛିଡିବାରେ ଲାଗିଛି ଆଞ୍ଚଳିକ ଦଳ ବିଜୁ ଜନତା ଦଳ । ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟୁଛି । ହଁ ଆଜ୍ଞା ନିର୍ବାଚନରେ ଶୋଚନୀୟ ପରାଜୟ ଏହାପରେ ପରେ ବିଜେଡିର ବରିଷ୍ଠ ନେତାଙ୍କ ଦଳ ଡିଆଁ ନବୀନଙ୍କ ଟେନସନ ବଢାଇଲାଣି । ନିର୍ବାଚନ ପୂର୍ବରୁ ବିଜେଡିରୁ ଛତ୍ରଭଙ୍ଗ ଦେଇଛନ୍ତି ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ । କିଏ ବିଜେପିରେ ଯାଇ ସାମିଲ ହୋଇଛନ୍ତି ତ ଆଉ କିଏ କଂଗ୍ରେସକୁ ଯାଇଛନ୍ତି । ତେବେ ବୁଧବାର ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ଇସ୍ତଫା ପତ୍ର ବିଜେଡିରେ ବଢାଇଛି ଅନ୍ତଃ କନ୍ଦଳ । ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟା ଓ ପାଣ୍ଡିଆନଙ୍କ କାରତି ପାଇଁ ବିଜେଡି ଛାଡିଥିଲେ ଅନେକ ନେତା । ନିର୍ବାଚନ ପରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ସାମିଲ ହୋଇଥିଲେ ଆଉ ଏବେ ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଯେତେ ନବକଳେବର କରି ଦଳକୁ ସମ୍ଭାଳିବାରେ ଲାଗିଛନ୍ତି ବିଜେଡି ସୁପ୍ରିମୋ ତାଙ୍କ ହାତରୁ ଦଳ ସେତିକି ଖସିବାରେ ଲାଗିଛି । ଚର୍ଚ୍ଚା ହେଉଛି 24 ବର୍ଷର ସାମ୍ରାଜ୍ୟପତନ ଘଟିବା ପରେ ନାନା କାରଣ ଦର୍ଶାଇ ବିଜେଡିରୁ ମୁହଁ ଫେରାଉଛନ୍ତି ଦଳୀୟ ନେତା । ନିକଟରେ ପ୍ରସନ୍ନ ପାଟ୍ଟସାଣୀ ଏହାପରେ ମମତାଙ୍କ ଇସ୍ତଫା ରାଜ୍ୟରାଜନୀତିରେ ବିଜେଡିକୁ ଚର୍ଚ୍ଚାକୁ ଟାଣିଛି । କ୍ଷମତା ଖସିବା ପରେ ଜଣେ ପରେ ଜଣେ ନେତା ସାଇଡ ମାରିଲେଣି । ବିଜେଡି ଛାଡିବା ପରେ ବିଜେପିରେ ମିଶିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ଏବଂ ବର୍ତ୍ତମାନ ଦିଲ୍ଲୀରେ ମମତା ମହନ୍ତ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି । ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି । ତେବେ ଆଗକୁ ମମତା ମହନ୍ତଙ୍କୁ ନେଇ ରାଜ୍ୟ ରାଜନୀତିରେ କେଉଁ ମୋଡ ଆସୁଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *