ଛୋଟ ପରଦାରୁ ଦୂରେଇଲେ ଦଲଜିତ

ଛୋଟ ପରଦାରୁ ଦୂରେଇଲେ ଦଲଜିତ

ଟିଭି ଦୁନିଆରେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଦଲଜିତ କୌର | ସେ ଏବେ କେନିଆରେ ତାଙ୍କ ନୂଆ ପରିବାର ସହ ବେଶ ଖୁସିରେ ଅଛନ୍ତି | ତେବେ ସେ କାହିଁକି ଟିଭି ଧାରାବାହିକ ଛାଡିଲେ, ସେ କଥା ତାଙ୍କ ପ୍ରଶଂସକମାନେ ଜାଣିବାକୁ ଚାହୁଁଥିବା ବେଳେ ସେ ଏହାର ଉତ୍ତର ରଖିଛନ୍ତି | ସେ ନିଜ ପରିବାରଠାରୁ ଦୂରେଇ ରହିବାକୁ ଚାହୁଁ ନାହାନ୍ତି | ବିଶେଷ କରି ବର୍ଷାଧିକ ପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ ଠାରୁ ଦୂରେଇ ରହିବ ତାଙ୍କ ପକ୍ଷେ ଆଦୌ ସମ୍ଭବ ନୁହେଁ | ସେଥିପାଇଁ ସେ ଆଉ ଟିକେ ଟିଭି ଧାରାବାହିକ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତିଓ | ଅବଶ୍ୟ ଏହାର ଭିତରେ ସେ ତାଙ୍କ କ୍ୟାରିୟର ଆଗକୁ ନେବାର ଯୋଜନା ବି କରୁଛନ୍ତି | କେନିଆରେ ସେ ଖୁବଶୀଘ୍ର ନିଜ ପ୍ରଡକ୍ସନ ହାଉସ ମାଧ୍ୟମରେ କାମ ଆରମ୍ଭ କରିବେ | ସେ ଉଭୟ ମୁମ୍ବାଇ ଓ ଟିଭି ଧାରାବାହିକକୁ ମିସ କରୁଥିବା କହିଛନ୍ତି | ଖୁବଶୀଘ୍ର ଦଲଜିତ ଙ୍କ ଅଭିନୀତ ଦୁଇଟି ୱେବସିରିଜ ରିଲିଜ ହେବ | ଶେଷଥର ପାଇଁ ଦଲଜିତ ‘ଗୁଡ଼ନ ତୁମସେ ନା ହୋ ପାଏଗା’ ଧାରାବାହିକରେ ନଜର ଆସିଥିଲେ |

author

Related Articles

Leave a Reply

Your email address will not be published. Required fields are marked *