ଜଗନ୍ନାଥ ଦର୍ଶନ କଲେ ଲେଖାଶ୍ରୀ

ଜଗନ୍ନାଥ ଦର୍ଶନ କଲେ ଲେଖାଶ୍ରୀ

ବିଜେପି ଛାଡି ବିଜେଡିରେ ମିଶିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ସେ ବିଜେଡିରେ ମିଶିବା ପରେ ଦଳ ତାଙ୍କୁ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି ।  ନାମ ଘୋଷଣା ହେବା ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ମହାପ୍ରଭୁଙ୍କ ଆର୍ଶୀବାଦ ନେବା ପରେ ସେ ପ୍ରଚାର ମଇଦାନକୁ ଓହ୍ଲାଇବେ । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଅରୁଣ ସ୍ତମ୍ଭ ନିକଟରେ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ।  ମହାପ୍ରଭୁଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ଥରେ ସରକାର ଗଢିବ ବୋଲି କହିଛନ୍ତି ଲେଖାଶ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *