କାର୍ତ୍ତିକ ମାସ ଯୋଗୁ ଶ୍ରୀମନ୍ଦିରରେ ଦେଖିବାକୁ ମିଳୁଛି ଭକ୍ତଙ୍କ ସମାଗମ । ଏହି ଭକ୍ତଙ୍କ ଭିଡ ଏତେ ରହୁଛି ଯେ ଏହାକୁ ସଠିକ ପରିଚାଳନା କରିବା ପୋଲିସ କିମ୍ଭା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇପାରୁନାହିଁ । ଘଣ୍ଟ ।ଘଣ୍ଟା ଧରି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଲମ୍ଭା ଧାଡିରେ ଛିଡା ହେଉଛନ୍ତି ଭକ୍ତ ସମୁହ । ଏହି ସମୟରେ ଭକ୍ତଙ୍କ ଟାରୁ ବ୍ୟବସାୟ କରି ଲୁଟ କରୁଛନ୍ତି କିଛି ଅସାଧର ବ୍ୟବସାୟୀ । ପାଣି, ଖାଦ୍ୟ , ବିସ୍କୁଟ, ଆଦି ଚଢା ଦରରେ ବିକ୍ରି କରାଯାଉଛି ।ଏହାରି ଭିତରେ ଦେଖିବାକୁ ମିଳିଛି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଶ୍ରିମନ୍ଦିର ପ୍ରଶାସନ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ । ନିକଟରେ ସେ ପୁରୀ ଯାଇ ଶ୍ରଦ୍ଧାଳୁଙ୍କର ଦୁଃଖ ଦୁର୍ଦ୍ଦଶାକୁ ଦେଖିଥିଲେ । ଧାଡିରେ ଛିଡା ହୋଇ କଷ୍ଟ ପାଉଛନ୍ତି ଭକ୍ତ । ଭକ୍ତଙ୍କ ପାଇଁ ବ୍ୟବସ୍ଥା ନାହିଁ । ବଡଦାଣ୍ଡ ବାହାରୁ ମଧ୍ୟ ଏହି ଲମ୍ଭା ଲାଇନ ଦେଖିବାକୁ ମିଳୁଛି । ଆଗକୁ ପଂଚକ ଥିବା ହେତୁ ଭକ୍ତଙ୍କ ଭିଡ ଅଧିକ ଲାଗି ରହିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଥିଲେ । ରାଜ୍ୟ ସରକାର କରୁଥିବା ପରିକ୍ରମା ପ୍ରକ୍ଳପ ହେଉ ଏଥିପାଇଁ ଏøତିହ ନଷ୍ଟ ନହେଉ ବୋଲି କହିଥିଲେ ବିଶ୍ୱଭୁଷଣ ହରିଚନ୍ଦନ ।
You can share this post!
author
Related Articles
ସରୋଜ ପାଢୀଙ୍କ ବଡ ବୟାନ ବିଜେଡିର 27 ନେତା ବିଜେପି…
- November 5, 2024
କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା
- November 5, 2024
ନଭେମ୍ବର ୨୧ରୁ ଧାନ କିଣା
- November 5, 2024