ରତନ ଟାଟା ଜଣେ ଅଦ୍ୱିତୀୟ ତାରା । ଜଣେ ଏମିତି ଶିଳ୍ପପତି ଯାହାଙ୍କ ବିୟୋଗରେ ଆଜି ସାରା ଦେଶ କାନ୍ଦୁଛି । ଯିଏ ଭାରତକୁ ଏକ ନୂଆ ପରିଚୟ ଦେଇଥିଲେ. ଶିଳ୍ପ କ୍ଷେତ୍ରରେ ଯିଏ ଏକ ମାଇଲଷ୍ଟୋନ ଛିଡା କରିଥିଲେ , ଯିଏ ଭାରତର ଅର୍ଥନୀତିକୁ ବୃଦ୍ଧି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଆଉ ଯାହାଙ୍କ ଅମାୟିକ ବ୍ୟକ୍ତିତ୍ୱ, ସରଳ ଜୀବନଶୈଳୀ ଏବଂ ବଦନ୍ୟତା ପାଇଁ ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା କରିଥିଲେ ଏବଂ ୟୁଥମାନଙ୍କ ପାଇଁ ଆଇକନ ସାଜିଥିଲେ ଆଜି ସେ ନୀରବି ଯାଇଛନ୍ତି । ମାତ୍ର ୮୬ ବର୍ଷ ବୟସରେ ସେ ଅଫେରା ରାଇଜକୁ ଚାଲି ଯାଇଛନ୍ତିା ଆଉ ରତନ ଟାଟାଙ୍କ ବିୟୋଗରେ ଦେଶ ଆଜି ଆଉ ଜଣେ ଅସଲି ରତ୍ନଙ୍କୁ ହରାଇଛି । ତାଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅବସାନ ଘଟିଛି । ତାଙ୍କ ନିଧନରେ ଭାରତ ଖାଲି ଜଣେ ଭେଟେରାନ, ବିଜ୍ଞ ତଥା ଜଣେ ହୃଦୟବାନ୍ ଉଦ୍ୟୋଗପତିକୁ ହରାଇନି ବରଂ ଜଣେ ଶ୍ରେଷ୍ଠ ଜୀବନ୍ତ ଉଦାହରଣ, ଯାହା ଆଜି ଇତିହାସ ପାଲଟିଛି । ଶିଳ୍ପ ଜଗତ ସହ ପୂରା ଦେଶରେ ରତନ ଟାଟାଙ୍କ ପାଇଁ ଶୋକର ଛାୟା ଖେଳି ଯାଇଛି । ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ସମସ୍ତେ ଶୋକ ପ୍ରକାଶ କରୁଛନ୍ତି । ଆଉ ଏସବୁ ଭିତରେ ରତନ ଟାଟା ଛାଡି ଯାଇଥିବା ଅମାପ ସମ୍ପତ୍ତିର ମାଲିକ କିଏ ହେବେ ଏବଂ କିଏ ତାଙ୍କ ଉତ୍ତରାଧିକାରୀ ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି । ସମସ୍ତେ ଜାଣନ୍ତି ଶିଳ୍ପପତି ରତନ ଟାଟା ଅବିବାହିତ । ଏଥିପାଇଁ ତାଙ୍କର କେହି ସନ୍ତାନ ମଧ୍ୟ ନାହାନ୍ତି । କିନ୍ତୁ ବିଭିନ୍ନ କ୍ଷେତ୍ରରେ ସେ ଯେଉଁ ଏତେ ବଡ ବଡ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି ତାର ଦାୟିତ୍ୱ କିଏ ନେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କୁହାଯାଉଛି କି ନୋଏଲ ଟାଟା ରତନ ଟାଟାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି । କାରଣ ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ । କେବଳ ନୋଏଲ ନୁହଁନ୍ତି ତାଙ୍କ ୩ଜଣ ସନ୍ତାନ ମଧ୍ୟ ଏହି ଲିଷ୍ଟରେ ସାମିଲ ଥିବା କୁହାଯାଉଛି । କାରଣ ଏସମସ୍ତେ ରତନ ଟାଟାଙ୍କ ଟାଟା କମ୍ପାନୀରେ ବିଭିନ୍ନ ଦାୟିତ୍ୱ ପରିଚାଳନା କରୁଛନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉତ୍ତରାଧିକାରୀ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି ।
You can share this post!
author
Related Articles
ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ
- November 6, 2024
ଗଞ୍ଜେଇ ଓ ଭାଙ୍ଗ ଜବତ
- November 6, 2024
ପୋଲିସ ହାବୁଡ଼ରେ ମୋଷ୍ଟ ୱାଣ୍ଟେଡ
- November 6, 2024