ଜଣାପଡିଲା ନବୀନଙ୍କ ସମ୍ପତ୍ତି କେତେ ?

ଜଣାପଡିଲା ନବୀନଙ୍କ ସମ୍ପତ୍ତି କେତେ ?

ରାଜ୍ୟରେ ନିର୍ବାଚନର ମାହୋଲ ଜମୁଥିବା ବେଳେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ନାମାଙ୍କନ ପତ୍ର ଦାଖଲ ସହିତ ନିଜ ପାଖରେ ଥିବା ସମ୍ପତ୍ତିର ହିସାବ ମଧ୍ୟ ଦେଉଛନ୍ତି । ଆଉ ଏହାରି ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛିା ନବୀନଙ୍କ ପାଖରେ କେତେ ସମ୍ପତ୍ତି ରହିଛି ତାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ତେବେ ନିର୍ବାଚନ ସତ୍ୟପାଠରୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହେଉଛନ୍ତି ୭୧ କୋଟିର ମାଲିକ । ତାଙ୍କ ପାଖରେ ୩୦ ହଜାର ଟଙ୍କା ରହିଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ ୫୭ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ଏହି ସମ୍ପତ୍ତି ଭିତରେ ବିଭିନ୍ନ ବ୍ୟାଙ୍କ ଏବଂ ବଣ୍ଡ ଆକାରରେ ମଧ୍ୟ କୋଟି କୋଟି ଟଙ୍କା ରହିଛି । ତେବେ ହିଞ୍ଜିଳିରେ ନୂଆ କରି ଖୋଲା ଥିବା ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କା ଥିବା ବେଳେ ଏହି ଟଙ୍କା କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ନବୀନଙ୍କ ସମ୍ପତ୍ତି ଭିତରେ ନବୀନ ନିବାସ ସ୍ଥିତ ଘର ଓ ଜମିର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ତେବେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ନିର୍ବାଚନରେ ଜିତି ଆସୁଥିବା ବେଳେ ଏଥର ମଧ୍ୟ ଜିତିବା ଲକ୍ଷ୍ୟରେ ରହିଛନ୍ତି । ନୂଆ ରେକର୍ଡ ସହିତ ପୁଣି ଥରେ ଓଡିଶାରେ ଶାସନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି । ତେବେ ଦେଖାଯାଉ ଦୁଇ ଦୁଇଟି ଆସନରେ ନବୀନ ପ୍ରାର୍ଥୀ ହୋଇଥିବା ବେଳେ ଦେଖାଯାଉ ନବୀନଙ୍କ ଉପରେ ଜନତା ଭରସା କରୁଛନ୍ତି ନା ସରକାର ପରିବର୍ତ୍ତନ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *